www.samajalive.in
Thursday, December 11, 2025
18.1 C
Bhubaneswar

‘ସମାଜ’ କାର୍ଯ୍ୟାଳୟରେ ‘ଗାନ୍ଧିଜୀଙ୍କ ଦୃଷ୍ଟି​‌ରେ କର୍ତ୍ତବ୍ୟପରାୟଣତା ଓ ନିଷ୍ଠା’ ଶୀର୍ଷକ ଆଲୋଚନା ଆଜି

କଟକ : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଦେଶବ୍ୟାପୀ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆସନ୍ତାକାଲି ‘ସମାଜ’ କାର୍ଯ୍ୟାଳୟ, ଗୋପବନ୍ଧୁ ଭବନ ସଭାକକ୍ଷରେ ପୂର୍ବାହ୍ନ ୧୧.୩୫ ମିନିଟ୍‌ରେ ଗାନ୍ଧୀ ଚର୍ଚ୍ଚା ଓ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ସଂକ୍ଷିପ୍ତ ଆଲୋଚନାଚକ୍ରର ବିଷୟବସ୍ତୁ ‘ଗାନ୍ଧିଜୀଙ୍କ ଦୃଷ୍ଟିରେ କର୍ତ୍ତବ୍ୟପରାୟଣତା ଓ ନିଷ୍ଠା’ ସଂପର୍କରେ ବିଶିଷ୍ଟ ବକ୍ତାଗଣ ଅଭିଭାଷଣ ରଖିବେ। ମୁଖ୍ୟ ବକ୍ତା ରୂପେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‌)ର ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି ଯୋଗଦେଇ ଉକ୍ତ ପ୍ରସଙ୍ଗରେ ତାଙ୍କ ମୂଲ୍ୟବାନ ତଥା ସମୟ ଉପଯୋଗୀ ଅଭିମତ ରଖିବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ସଭାରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦାନ ପୂର୍ବକ ଗାନ୍ଧିଜୀଙ୍କ ସଂପର୍କରେ ସେମାନଙ୍କ ମତ ରଖିବା ଲାଗି ‘ଲୋକସେବକ ମଣ୍ଡଳ’ ଓ ‘ସମାଜ’ ତରଫରୁ ବିଶେଷ ନିବେଦନ କରାଯାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories