www.samajalive.in
Sunday, December 14, 2025
19.1 C
Bhubaneswar

ପିପିଲିରେ ମୂର୍ତ୍ତିଚୋରଙ୍କ ଦୌରାତ୍ମ୍ୟ

ପିପିଲି :ପିପିଲି ଥାନା ଅନ୍ତର୍ଗତ ରାଜତେଇ ଗ୍ରାମର ଆରାଧ୍ୟ ଠାକୁର ତଥା ପ୍ରାଚୀନ ଶୈବପୀଠ ପ୍ରଭୁ ଶ୍ରୀ ସିଦେ୍ଧଶ୍ୱର ଦେବଙ୍କ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ୧୦ଟି ମୂର୍ତ୍ତି ଚୋରି ହୋଇଛି। ଗୋଟିଏ ମନ୍ଦିରରୁ ଏକାଥରକେ ୧୦ଟି ମୂର୍ତ୍ତି ଚୋରୀ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରେ ୫ଟି ଅଷ୍ଟଧାତୁରେ ନିର୍ମିତ ବହୁ ପ୍ରାଚୀନ ମୂର୍ତ୍ତି ରହିଥିବା ବେଳେ ଅନ୍ୟ ୫ଟି ମୂର୍ତ୍ତି ପିତଳର ହୋଇଥିବା ସୂଚନା ମିଳିଛି। ଚୋରି ହୋଇଥିବା ମୂର୍ତ୍ତିର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ , ପିପିଲି ଥାନା ସଁପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମର ପ୍ରାଚୀନ ଶୈବପୀଠ ଶ୍ରୀ ସିଦେ୍ଧଶ୍ୱର ଦେବଙ୍କ ମନ୍ଦିରରେ ଗୁରୁବାର ରାତିରେ ଠାକୁରଙ୍କ ନୀତି ସଂପନ୍ନ ହେବାପରେ ମନ୍ଦିରକୁ ତାଲା ପକାଇ ପୂଜକ ଓ ସେବାୟତ ଘରକୁ ଯାଇଥିଲେ। ତେବେ ଶୁକ୍ରବାର ସକାଳ ୬ଟା ସମୟରେ ମନ୍ଦିରର ମୁଖ୍ୟସେବକ ବନମାଳୀ ନାୟକ ଠାକୁରଙ୍କ ଦୈନଦିନ ନୀତି ନିମନ୍ତେ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ମୁଖ୍ୟଦ୍ୱାର ସମେତ ସମସ୍ତ ଦ୍ୱାରର ତାଲା ଭଙ୍ଗା ଯାଇଥିବା ଓ ଦ୍ୱାରଗୁଡିକ ଖୋଲାଥିବା ଦେଖିବାକୁ ପାଇଥିଲେ। ମନ୍ଦିର ମଧ୍ୟରେ ଥିବା ୨ସେଟ୍‍ ରାଧାକୃଷ୍ଣ ମୂର୍ତ୍ତି, ମା’ ବନଦୁର୍ଗା ମୂର୍ତ୍ତି, ମା’ ଦୁର୍ଗାମୂର୍ତ୍ତି, ଶ୍ରୀଚନ୍ଦ୍ରଶେଖର ଆଦି ୧୦ଟି ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିବାର ସେ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ମନ୍ଦିରର ପୂଜକ ମଧୁସୂଦନ ପୁଷ୍ପାଳକ ଗ୍ରାମବାସୀଙ୍କୁ ଜଣାଇବା ପରେ ଘଟଣାଟି ବିଜୁଳି ବେଗରେ ସମଗ୍ର ଅଞ୍ଚଳରେ ପ୍ରଘଟ ହୋଇଥିଲା। ଏହି ଘଟଣାକୁ ନେଇ ଠାକୁରଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ରାଜତେଇ ଗ୍ରାମବାସୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଚୋରି ହୋଇଥିବା ମୂର୍ତ୍ତିଗୁଡିକ ମଧ୍ୟରେ ଗୋଟିଏ ସେଟ୍‍ ଅର୍ଥାତ୍‍ ୫ଟି ବହୁ ପ୍ରାଚୀନ ଅଷ୍ଟଧାତୁରେ ନିର୍ମିତ ମୂତ୍ତି ରହିଥିବା ବେଳେ ଅନ୍ୟ ୫ଟି ମୂର୍ତ୍ତି ପିତଳର ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ ମୂର୍ତ୍ତିର ଉଚ୍ଚତା ଏକଫୁଟ୍‍ରୁ ଦେଢଫୁଟ୍‍ ମଧ୍ୟରେ ହୋଇଥିବା ବେଳେ ଏହା ଠାକୁରଙ୍କ ଚଳନ୍ତି ପ୍ରତିମା ହୋଇଥିବା ସୂଚନା ମିଳିଛି। ଗ୍ରାମବାସୀମାନେ ଏସଂପର୍କରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ରମାକାନ୍ତ ସାହୁ, ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ତଦନ୍ତ ଚଳାଇଥିଲେ। ମନ୍ଦିରର ରୋଷଚୁଲା ମଧ୍ୟରେ ପଡିଥିବା ଏକ ଭଙ୍ଗାତାଲାକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ମନ୍ଦିରରୁ ମୂର୍ତ୍ତି ଚୋରି ହେବା ପରେ ଠାକୁରଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବବିବାହ ଉତ୍ସବ କିପରି ହେବ ସେନେଇ ଗ୍ରାମବାସୀମାନେ ଚିନ୍ତାରେ ଅଛନ୍ତି। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୂର୍ତ୍ତିଚୋରଙ୍କୁ ଧରିବା ସହ ଚୋରି ହୋଇଥିବା ମୂର୍ତ୍ତି ଗୁଡିକୁ ଉଦ୍ଧାର କରିବାକୁ ଗ୍ରାମବାସୀମାନେ ପୁଲିସ ନିକଟରେ ଦାବି କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories