ବେଗୁନିଆ : ବେଗୁନିଆ ତହସିଲ ଅଧୀନରେ ଥିବା ବହୁ ବେଆଇନ ପଥର ଖଣିରୁ ପଥରମାଫିଆ ମାନେ ଦିନ ରାତି ପଥର କାଟି ଚୋରା ଚାଲାଣ କରୁଛନ୍ତି ।ଆଜି ଏକ ମିନି ଟ୍ରକରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବାବେଳେ ବାଘମାରୀ ପୁଲିସ ସିମୋର ଅଭିମୁଖେ ଯାଉଥିବା ପଥର ଟ୍ରକଟିକୁ ନୀଳମାଧଵ ହୋଟେଲ ନିକଟରୁ ଜବତ କରି ଥାନାକୁ ଆଣିଛି । ଗାଡି ଚାଳକ ଢ଼ଂସର ଗ୍ରାମର ଦିଲ୍ଲୀପକୁମାର ପ୍ରଧାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ଗାଡି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣା ପଡ଼ିଛି ।
Popular Categories



