www.samajalive.in
Sunday, December 7, 2025
14.1 C
Bhubaneswar

ବାଙ୍କୀ ବ୍ଲକ ୫ଟି ରୁପାନ୍ତରିକରଣ

ବାଙ୍କୀ : ୫ଟି ରୁପାନ୍ତରିକରଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୫ଟି ବିଦ୍ୟାଳୟ ପରିଚାଳନା ସମ୍ପର୍କିତ ଦକ୍ଷତା ବିକାଶ ଏବଂ ଡିଜିଟାଲ ଦକ୍ଷତା ସହିତ ନେତୃତ୍ୱର ବିକାଶ ସମ୍ପର୍କରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଗୁରୁବାର ଦିନ ଆରମ୍ଭ ହୋଇଛି। ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସହଯୋଗରେ କଟକ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପରିଚାଳନାରେ ଏହି ୫ଦିବସୀୟ ପ୍ରଶିକ୍ଷଣକୁ ଜିଲ୍ଲା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦିପ୍ତିମୟୀ ସୁଭଦର୍ଶିନୀ ପ୍ରଦୀପ ଜାଳି ଉଦ୍ଦ୍ଘାଟନ କରିଛନ୍ତି।
ପ୍ରଶିକ୍ଷଣ ଶିବିରରେ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ରଘୁନାଥ ଦେବତା ନୋଡାଲ ହାଇସ୍କୁଲ,ମଇଯୋରୀ ସରକାରୀ ହାଇସ୍କୁଲ,ବୈଦେଶ୍ୱର ନୋଡାଲ ହାଇସ୍କୁଲ,ମହାବେରେଣା ବିଦ୍ୟାପୀଠ,ପଣ୍ଡାଳମ ହାଇସ୍କୁଲ,କଳାପଥର ଧଳାପଥର ହାଇସ୍କୁଲ,ବନ୍ଦାଳ ଉତ୍ତରକୂଲାଟ ହାଇସ୍କୁଲ ଏବଂ ଘୋଳପୁର ଦଧିବାମନଜୀୟୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଓ ୫ଜଣ କରି ସରକାରୀ ଶିକ୍ଷକ ଯୋଗଦେଇ ଏହି ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଜିଲ୍ଲା ପ୍ରଶିକ୍ଷକ ତଥା ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ ଜିଲ୍ଲା ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଉଦ୍ଦ୍ଘାଟନୀ ଦିବସରେ ଡମପଡା ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସମୟରେ ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡମପଡା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗଦାଧର ପ୍ରଧାନ,ଅଶୋକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଶିକ୍ଷକ ସୁବ୍ରତ କୁମାର ଖଟୁଆ ଡିଜିଟାଲ ପରିଚାଳନା ସମ୍ପର୍କରେ ସହାୟତା ପ୍ରଦାନ କରିଥିଲେ। ଶିବିରରେ ୫ଟି ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଦକ୍ଷତା ବୃଦ୍ଧି ସମ୍ପର୍କରେ ପ୍ରଶିକ୍ଷଣ ଦେବାର ଆଭିମୁଖ୍ୟ,ସ୍ମାର୍ଟ କ୍ଲାସରୁମ୍ ପରିଚାଳନା,ଇ.ଲାଇବ୍ରେରୀ ଓ ଆଧୁନିକ ବିଜ୍ଞାନଗାର ସମ୍ପର୍କରେ ୫ଦିନର ସବିଶେଷ ପ୍ରଶିକ୍ଷଣ ପ୍ରଦାନରେ ସମସ୍ତ ଶିକ୍ଷକ ମାନେ ମାନସିକ ସ୍ତରରେ ସହଯୋଗୀ ହେବା ପାଇଁ ମୁଖ୍ୟ ଅତିଥି ଦିପ୍ତିମୟୀ ସୁଭଦର୍ଶିନୀ ଆହ୍ୱାନ ଜଣାଇଥିଲେ। ସୂଚନା ଅନୁଯାୟୀ ଜିଲ୍ଲା ସ୍ତରର ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣରେ ୩୭ଜଣ ପ୍ରଶିକ୍ଷାର୍ଥି ଅଂଶଗ୍ରହଣ କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories