www.samajalive.in
Friday, December 12, 2025
23.1 C
Bhubaneswar

ଚାରିଧାମ୍‌ ଯାତ୍ରା, ୬ଦିନରେ ୨୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଡେରାଡୁନ୍‌: ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଆରମ୍ଭ ହୋଇଥିବା ଚାରିଧାମ୍‌ ଯାତ୍ରା ବିପଜ୍ଜନକ ରହିଛି। ଯାତ୍ରାର ମାତ୍ର ୬ ଦିନରେ ୨୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏତେ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପୂର୍ବରୁ କେବେ ଘଟି ନ ଥିଲା। ଚଳିତ ମାସ ୩ରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଯାତ୍ରା ଆରମ୍ଭ ହୋଇଥିବାବେଳେ ୬ରେ କେଦାରନାଥ ଓ ୮ରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି। ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ୧୪ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେଦାରନାଥ ଯାତ୍ରାରେ ୫ ଓ ବଦ୍ରିନାଥରେ ଜଣଙ୍କର ମୃତ୍ୟୁ ଘଟିଛି।

ଅଧିକାଂଶଙ୍କର ଶ୍ବାସପ୍ରଶ୍ବାସ ସମସ୍ୟା ଓ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାୟ ୧୨ହଜାର ଫୁଟ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଅମ୍ଳଜାନ କମ୍‌ ଯୋଗୁଁ ଏଭଳି ଘଟିଥିବା ପ୍ରକାଶ। ଯାତ୍ରୀମାନଙ୍କୁ ଟିକିନିଖି ସ୍ବାସ୍ଥ୍ୟ ପରୀକ୍ଷା ପରେ ଯାତ୍ରା ଅନୁମତି ମିଳୁଥିଲେ ମଧ୍ୟ ଏଭଳି ଦୁର୍ଘଟଣାକୁ ଏଡ଼ାଇଯିବା ସମ୍ଭବ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories