www.samajalive.in
Thursday, December 11, 2025
16.1 C
Bhubaneswar

ଅଭିଯୁକ୍ତ ବଦଳରେ ନିର୍ଦ୍ଦୋଷଙ୍କୁ କୋର୍ଟ ଚାଲାଣ, ଥାନା ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଧର୍ମଗଡ଼: ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ଧରିବା ବଦଳରେ ୩ ଜଣ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଆମ୍ବପାଣି ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ଅଭିଯୋଗରେ ମୃତକଙ୍କ ପରିବାର ସମେତ ଗ୍ରାମବାସୀ ଥାନା ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ ଗତ ୩ତାରିଖ ଦିନ କେନ୍ଦୁଡଙ୍ଗରି ଗାଁର ଦ୍ବାରିକା ଦାସଙ୍କ ଝୁଲନ୍ତା ମୃତଦେହ ଗାଁ ପାଖ ଏକ ଗଛରୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆମ୍ବପାଣି ପୁଲିସ କିଛି ଲୋକଙ୍କୁ ସନ୍ଦେହରେ ଅଟକ ରଖିଥିଲା। ପରିବାର ପକ୍ଷରୁ ବିକାଶ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ହୋଇଥିଲା। ପୁଲିସ ମଧ୍ୟ ଅଟକ ରଖିଥିଲା। କିନ୍ତୁ ପରେ ବିକାଶକୁ ଛାଡ଼ି ପ୍ରଦୀପ ଦାସ, ଯତୀନ ଦାସ ଓ ମହେନ୍ଦ୍ର ନାଏକଙ୍କୁ କୋର୍ଟ ଚାଲାଣ କରିଛି। ଯାହାକୁ ଗ୍ରାମବାସୀ ବିରୋଧ କରି ଥାନା ଗେଟରେ ତାଲା ପକାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories