www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ଧାମନଗର: ଚୋର ଲୁଟି ନେଲା ବିଷ୍ଣୁଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା। ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅଧିନସ୍ଥ ତାଳପଦା ଗ୍ରାମରେ ଥିବା ବିଷ୍ଣୁ ମନ୍ଦିର, ଶିବ ମନ୍ଦିର, ମଙ୍ଗଳା ମନ୍ଦିରରୁ ଅଳଙ୍କାର ସହ ବିଭିନ୍ନ ପୂଜା ସାମଗ୍ରୀ ଗତକାଲି ବିଳମ୍ବିତ ରାତ୍ରରେ ଚୋରି ହୋଇଥିବା ଜଣାପଡିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏ ନେଇ ଧାମନଗର ଥାନାରେ ସ୍ଥାନୀୟ ଜନସାଧାରଣ ତରଫରୁ ଅଭିଯୋଗ ହୋଇଛି। ତେବେ ଧାମନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ ଗତ କିଛି ମାସ ହେବ ବାରମ୍ବାର ଚୋରି ହେଉଥିବା ଦେଖିବାକୁ ମିଳିଛି। ଏନେଇ ଆଜି ଧାମନଗର ଥାନାରେ ଅଭିଯୋଗ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories