ମସ୍‌ଜିଦରେ ଲାଗୁ କ୍ୟାମେରା : ଓୱେସୀ

ହାଇଦରାବାଦ : ମଧ୍ୟପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ ଭଳି ରାଜ୍ୟ​‌​‌ର ୭ଟି ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ମସ୍‌ଜିଦରୁ ଡାକବାଜି ଯନ୍ତ୍ର ହଟାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ଏଆଇଏମ୍‌ଆଇଏମ୍‌ ସାଂସଦ ଆଶାଦୁଦ୍ଦିନ ଓୱେସୀ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି। ସମସ୍ତ ମସ୍‌ଜିଦରେ ଉଚ୍ଚ ଶକ୍ତିସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଯିବା ଉଚିତ। ଏହାଦ୍ବାରା ଧାର୍ମିକ ଶୋଭାଯାତ୍ରା ଓ ଢେଲା ଫିଙ୍ଗାଭଳି ଘଟଣାର ପ୍ରମାଣ ଉପଳବ୍ଧ ହେବ ଏବଂ ଏହାର ଉପଯୁକ୍ତ ଯାଞ୍ଚ ହୋଇପାରିବ। କେନ୍ଦ୍ର ତଥା ବିଭିନ୍ନ ରାଜ୍ୟର ବିଜେପି ସରକାରମାନେ ଦେଶରେ ଘୃଣା ରାଜନୀତି ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ ସେ ବାରାଣସୀର ଜ୍ଞାନବ୍ୟାପୀ ମସ୍‌ଜିଦ ସମ୍ପର୍କିତ ଅଦାଲତ ରାୟକୁ ସମାଲୋଚନା କରି ୧୯୯୧ର ଉପାସନା ସ୍ଥାନ ଆଇନକୁ ଏହା ଉଲ୍ଲଙ୍ଘନ କରୁଥିବା କହିଛନ୍ତି।

kalyan agarbati

Comments are closed.