ଶନିବାର ରାଶିଫଳ (୦୭/୦୫/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated May 7, 2022 Share ମେଷ : ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ସୁସ୍ଥ ଓ ନିରାମୟ ରହିବେ। ରୋଜଗାର କ୍ରମେ ବୃଦ୍ଧି ପାଇବ। ଚାକିରିରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ଘଟିବ। ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ ହେବେ। ବୃଷ : ବଡ଼ ଆଶା କରିପାରନ୍ତି; ମାତ୍ର ଫଳ ଉତ୍ସାହଜନକ ନ ହୋଇପାରେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ମିଥୁନ : ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ନୂତନ ବନ୍ଧୁଙ୍କ ସହାୟତା ମିଳିବ। କାର୍ଯ୍ୟ ବିଳମ୍ବିତ ହୋଇପାରେ; ମାତ୍ର ଧନାଗମରେ ବାଧା ଉପୁଜିବ ନାହିଁ। କର୍କଟ : ଆୟର ଧାରା ଅବ୍ୟାହତ ରହିବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଋଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସିଂହ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଶୁଭକାର୍ଯ୍ୟରେ ଧନ ବ୍ୟୟ କରିବେ। ମଧୁର କଥାରେ ପରକୁ ଆପଣାର କରିବେ। କନ୍ୟା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। Related Posts ନିର୍ମାଣ ହେବ ୨୬୦୦ କିମିର ରିଂ ରୋଡ, ଖର୍ଚ୍ଚ… Jan 2, 2025 ନିଶା ଖାଇ ଘର ଜାଳିଦେଲେ ୨ ଭାଇ, ଜଳିଗଲା ୩… Jan 2, 2025 ତୁଳା : କର୍ମକ୍ଷେତ୍ରରୁ ଅଦ୍ଭୁତ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଶୁଭ ଖବର ମିଳିବ। ବିଛା : ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧନୁ : କାର୍ଯ୍ୟରେ ବାଧା ଉପୁଜାଇବାକୁ ଉଦ୍ୟମ ଚଳାଇଥିବା ବ୍ୟକ୍ତିବିଶେଷ ବିଫଳ ହେବେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ମୁକାବିଲା କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ମକର : କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭୋଜନ ସ୍ବାସ୍ଥ୍ୟପ୍ରଦ ହେବ। ଆନନ୍ଦ ଉପଭୋଗ କରିବେ। କୁମ୍ଭ : ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ମୀନ : ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ସୁସ୍ଥ ଓ ନିରାମୟ ରହିବେ। କର୍ତ୍ତବ୍ୟ ପରାୟଣ ହେବେ। Share FacebookTwitterWhatsApp
Comments are closed.