www.samajalive.in
Friday, December 12, 2025
23.1 C
Bhubaneswar

କୁଟୁରା ମାଂସ ଜବତ, ୩ ଗିରଫ

ବଣାଇ: ବଣାଇ ବନଖଣ୍ଡ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ ବଳିତା କୁଦର ଗ୍ରାମରେ ବନ୍ୟଜନ୍ତୁ ମାଂସ କାଟୁଥିବା ସମୟରେ ତିନି ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ବନ୍ୟପ୍ରାଣୀ ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ନିକଟକୁ ଚାଲି ଆସୁଛନ୍ତି। ସେହିପରି ଭାବେ ଆଜି ସକାଳ ୯ଟା ସମୟରେ ଏକ କୁଟୁରା ପାଖ ଜଙ୍ଗଲରୁ ଗାଁ ନିକଟକୁ ଚାଲି ଆସିବାରୁ କୁକୁର ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା। ପରେ ଗ୍ରାମର କିଛି ବ୍ୟକ୍ତି ବନବିଭାଗକୁ ଖବର ନ ଦେଇ ମୃତ କୁଟୁରାକୁ ନେଇ ମାଂସ ଉଦ୍ଦେଶ୍ୟରେ କାଟୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଟିକାୟତ ପାଲି ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି, ନିଜର ସହକର୍ମୀକୁ ନେଇ ଗ୍ରାମରେ ଅତର୍କିତ ଚଢ଼ାଉ କରି ମାଂସ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଵଣାଇଁ ରେଞ୍ଜ ଅଫିସକୁ ଆଣିଥିବା ଜଣାପଡିଛି।

ମୃତ କୁଟୁରାର ଅବଶିଷ୍ଟ ଅଂଶକୁ ଵଣାଇଁ ବ୍ରାହ୍ମଣୀ ନର୍ସରୀକୁ ନିଆଯାଇ ଵଣାଇଁର ପ୍ରାଣୀଧନ ଚିକିତ୍ସା ଅଧିକାରୀ ଚନ୍ଦନ କୁମାର ମହାନ୍ତିଙ୍କ ଦ୍ଵାରା ବ୍ୟବଛେଦ କରାଯିବା ପରେ ସମସ୍ତ ମାଂସକୁ ନଷ୍ଟ କରାଯାଇ ମାଟି ଖୋଳି ପୋତି ଦିଆଯାଇଥିଲା। ଗିରଫ ଅଭିଯୁକ୍ତଙ୍କ ସହିତ ସମସ୍ତ ଘଟଣା ଉପରେ ଵଣାଇଁ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories