www.samajalive.in
Friday, December 12, 2025
16.1 C
Bhubaneswar

ଯଦି ବାତ୍ୟା ହୁଏ, ଆମେ ପ୍ରସ୍ତୁତ-ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା। ଗତକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଆମକୁ ସଠିକ ସୂଚନା ଦେଇପାରେ। ଅବପାତ ବାତ୍ୟା​‌େ​‌ର ରୂପାନ୍ତର ହେବ କି ନାହିଁ ଆସନ୍ତାକାଲି ଜଣାପଡ଼ିପାରେ। ବାତ୍ୟା ହେବ କି ନାହିଁ, ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯଦି ବାତ୍ୟା ହୁଏ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ତଥାପି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ରାଜ୍ୟର ୧୮ଟି ଜିଲାର ଜିଲାପାଳଙ୍କ ସହ ଆଲୋଚନା କରାଯାଇଛି। ଅଗ୍ନିଶମ ଓ ଓଡ୍ରାଫ ବିଭାଗ ସହ ମଧ୍ୟ ଆଲୋଚନା ହୋଇଛି। ୧୭ ଏନଡିଆରଏଫ, ୨୦ ଓଡ୍ରାଫ, ୧୭୫ ଅଗ୍ନିଶମ ଟିମ ପ୍ରସ୍ତୁତ ରହିଛନ୍ତି। ବିଦ୍ୟୁତ ଓ ପାନୀୟ ଜଳ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି। ଯାହା ପ୍ରସ୍ତୁତି କରିବା କଥା ତାହା ଆମେ କରିଛୁ। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ଚିତ୍ର ନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଯଦି ଅଯଥାରେ କେହି ଦରଦାମ ବଢ଼ାଉଥାଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମେ ୩ଟି ଖରାଟିଆ ବାତ୍ୟା ଫନି, ଅମ୍ଫନ ଓ ୟାସ ପୂର୍ବରୁ ଦେଖିଛୁ। ଖରାଦିନେ ବାତ୍ୟା ହେଲେ ବନ୍ୟାଜନିତ ସମସ୍ୟା ସୃଷ୍ଟି ହେବ ନାହିଁ। ଯଦି ବାତ୍ୟା ହୁଏ, ଦିନଟିଏ ବଜାର ବନ୍ଦ ହୋଇପାରେ। ତେଣୁ ଅଯଥାରେ ଜିନିଷ କିଣନ୍ତୁ ନାହିଁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories