୧୫ ଫୁଟର ଅଜଗର ଉଦ୍ଧାର
ଗଞ୍ଜାମ: ଗଞ୍ଜାମ ସହର ଗ୍ରାସୀମ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ କ୍ବାର୍ଟର ନିକଟରୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ମଙ୍ଗଳବାଇ ରାତ୍ରରେ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ସାପଟିକୁ ଦେଖିବାକୁ ପାଇଥିଲେ । ଅଜଗରଟିକୁ ଦେଖିବା ପରେ ସଂଗେ ସଂଗେ କେ.ରଜନୀକାନ୍ତ, ଲପିତ , ଦୁର୍ଗା,ଶୁଭେନ୍ଦୁ, ପ୍ରବୀଣ ପ୍ରମୁଖ ସିକ୍ୟୁରିଟି ଓ ଫାଇର ଟିମ ମିଶି ଏକ ବଡ ପ୍ଲାଷ୍ଟିକ ପାତ୍ରରେ ତାକୁ କାବୁକରି ବନ ବିଭାଗକୁ ଖବର ଦେଇଥିଲେ । ଅଜଗରଟି ପ୍ରାୟ ୧୩ ଫୁଟ ଲମ୍ବା ଓ ପ୍ରାୟ ୩୦ କିଲୋ ଓଜନ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗ କର୍ମଚାରୀ କ୍ରୀଷ୍ନା ପ୍ରସାଦ, ଦିନେସ, ସଞ୍ଜୟ, ଦୀନବନ୍ଧୁ ପ୍ରମୁଖ ବନ କର୍ମଚାରୀ ସାପଟିକୁ ଉଦ୍ଧାର କରି ରାମଗଡ଼ ପଞ୍ଚାୟତର ଦୁମୁନାଗିରି ପାହାଡ଼ରେ ଛାଡିଦେଇଛନ୍ତି ।
Comments are closed.