www.samajalive.in
Saturday, December 13, 2025
26.1 C
Bhubaneswar

କିଏ ହେବେ ଟ୍ୱିଟର ସିଇଓ ?

ନ୍ୟୁୟର୍କ: କିଏ ହେବେ ଟ୍ୱିଟର ସିଇଓ ? ଟ୍ୱିଟର ମାଲିକ ବଦଳିବା ପରେ ଏବେ ଟ୍ୱିଟର ସିଇଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟର ସିଇଓ ଥିବା ପରାଗ ଅଗ୍ରଓ୍ୱାଲଙ୍କୁ ବଦଳାଇବାକୁ ଏଲନ ମସ୍କ ଇଚ୍ଛା ପ୍ରକାଶ କରୁଥିବା ସୂଚନା ମଳୁଛି । ହେଲେ ପରାଗଙ୍କ ସ୍ଥାନରେ ଟ୍ୱିଟର ନୂଆ ସିଇଓ କିଏ ହେବେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କିନ୍ତୁ ପରାଗଙ୍କ ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ଉଠିଛି । କମ୍ପାନୀର ଚୁକ୍ତି ଅନୁସା​‌ରେ ୧୨ ମାସରୁ କମ୍‌ ସମୟରେ ଯଦି ସିଇଓ ପରିବର୍ତ୍ତନ କରାଯାଏ ତେବେ ତାଙ୍କୁ କ୍ଷତିପୂରଣ ଦେବାକୁ ହେବ । କ୍ଷତିପୂରଣ ବାବଦକୁ କମ୍ପାନୀ ସିଇଓ ପରାଗଙ୍କୁ ୪୨ ନିୟୁତ ଡଲାର ଦେବ ।

ସୂଚନାଥାଉ କି ଗତ ଏପ୍ରିଲ ୨୪ ତାରିଖରେ ଟ୍ୱିଟର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ । ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରକୁ କିଣିଛନ୍ତି ଏଲନ୍‌ । ଇ-କାର୍‌ କମ୍ପାନୀ ଟେସଲାର ମାଲିକ ଏଲନ୍‌ ମସ୍କ ଟ୍ୱିଟରର ନୂଆ ମାଲିକ ହୋଇଥିବା ବେଳେ ବର୍ତ୍ତମାନ କମ୍ପାନୀର ବଡ଼ ବଡ଼ ପଦବୀକୁ ନେଇ ବେଶ ଚର୍ଚ୍ଚ ହେଉଛି ।

- Advertisement -

୨୦୨୧ ନିମନ୍ତେ ପରାଗଙ୍କର ସମୁଦାୟ ଅନୁକମ୍ପାରଶି ୩.୦୪ କୋଟି ଡଲାର ଥିଲା, ଯେଉଁଥିରୁ ଅଧିକାଂଶ ଷ୍ଟକ ଆୱାର୍ଡ ରୂପେ ମିଳିଥିଲା । ହେଲେ ବର୍ତ୍ତମାନ ଯଦି ଟ୍ୱିଟର ପରାଗଙ୍କୁ ବରଖାସ୍ତ କରେ ତେବେ ମୋଟା ଅଙ୍କର ଟଙ୍କା ଗଣିବ । ରିସର୍ଚ୍ଚ ଫାର୍ମ ଇକ୍ୱିଲାର ତଥ୍ୟ ଅନୁଯାୟୀ, ଏଥିନିମନ୍ତେ ପରାଗଙ୍କୁ ୪.୨ କୋଟି ଡଲାର ଅର୍ଥାତ ୩୨୧.୬ କୋଟି ମିଳିବ ।  ହେଲେ ବର୍ତ୍ତମାନ ପରାଗଙ୍କ ଭବିଷ୍ୟତିକୁ ନେଇ ପ୍ରଶ୍ନ ଉଠିଛି । ଆଗାମୀ ଦିନରେ ଏଲନ୍‌ ମସ୍କ ଓ ପରାଗଙ୍କ ମଧ୍ୟରେ କିପରି ବ୍ୟବସାୟିକ ସ୍ଥିତି ରହିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories