www.samajalive.in
Sunday, December 14, 2025
26.1 C
Bhubaneswar

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରମିକ ଦିବସ

ଆଠଗଡ : ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ସ୍ଥାନୀୟ ଯଜ୍ଞ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଶ୍ରମିକ ଦିବସ ପାଳନ ଅବସରରେ ୩ଜଣ ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଓ ସମାଲୋଚକ ଡଃ ନାରାୟଣ ପଣ୍ଡା ଯୋଗଦେଇ ଶ୍ରମିକ ଦିବସର ଅନୁଚିନ୍ତା ଏବଂ ଶ୍ରମିକଙ୍କର ଦେଶ ତଥା ବିଶ୍ୱର ବିକାଶ କ୍ଷେତ୍ରରେ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ଅତିଥି ଭାବେ ଯୋଗଦେଇଥିବା ଉପଖଣ୍ଡର ଶିକ୍ଷକନେତା ସୁରେଶ ଚନ୍ଦ୍ର ପରିଡା, ରାଜ୍ୟ କର୍ମଚାରୀ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ଦାଶ, ସାମ୍ବାଦିକ ସୁଧିରଞ୍ଜନ ଦାଶ, ଯଶୋବନ୍ତ ବାରିକ, କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତି, ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ ଓ ଆଇନଜୀବୀ ପ୍ରକାଶ କୁମାର ସେଠୀ ଉଦ୍‍ବୋଧନ ଦେଇଥିଲେ। କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅରୁଣ ପ୍ରଧାନ, ଗଗନ ବିହାରୀ ବେହେରା ଓ ରବିନ୍ଦ୍ର ପଳୋଉ ପ୍ରମୁଖ ୩ଜଣ ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ବିଜୟ କୁମାର ନାୟକ ଓ ସନ୍ତୋଷ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଉପସଭାପତି ସର୍ବେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories