www.samajalive.in
Saturday, December 13, 2025
26.1 C
Bhubaneswar

ସଂଗୀତଜ୍ଞ ତଥା ଶ୍ରୀ ଜୀଉସେବକ ସରୋଜ ତ୍ରିପାଠୀଙ୍କ ବିୟୋଗ, ବିଶ୍ଵ ହିନ୍ଦୁ ପରିଷଦର ଶୋକ

ନବରଙ୍ଗପୁର: କୋଷାଗୁମୁଡା ଜଗନ୍ନାଥ ମନ୍ଦିରର ସେବକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତି ସଂଗୀତଜ୍ଞ ସରୋଜ ତ୍ରିପାଠୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଶ୍ରୀ ଜୀଉଙ୍କ ଆଳତି ସେବା ସାରିବା ପରେ ଦେବାଳୟ ମଧ୍ୟରେ ସେ ବିବ୍ରତ ବିଚଳିତ ହୋଇ ପଡିଥିଲେ ଏବଂ ମହାପ୍ରଭୁଙ୍କ ପହୁଡ଼ ସାରିବା ପରେ ମନ୍ଦିରରେ ମୃତ୍ୟୁ ବରଣ କରିଥିଲେ। ସେ ଦୀର୍ଘ ଦିନ ଧରି ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସହ ବିଶ୍ଵ ହିନ୍ଦୁ ପରିଷଦ ସହ ଜଡିତ ହୋଇ ସନାତନ ସଂସ୍କୃତିର ପ୍ରଚାର ପ୍ରସାର କରୁଥିଲେ। ନିକଟସ୍ଥ ଗ୍ରାମମାନଙ୍କରେ ସେ ଅନେକ ଧର୍ମସଭା କରିବା ସହ ଲୋକମାନସରେ ଏକ ଅନ୍ତରଙ୍ଗ ମଣିଷ ଭାବେ ସମ୍ମାନନୀୟ ହୋଇ ରହିଥିଲେ। ୨୦୦୦ମସିହାରେ ମନ୍ଦିର ପରିଚାଳକ ଓ ବନବିଭାଗ ମଧ୍ୟରେ ଦ୍ଵନ୍ଦ କାରଣରୁ ରଥଯାତ୍ରା ବନ୍ଦ ହୋଇଯାଇଥିଲା ବେଳେ ସେ ବହୁ ଉଦ୍ୟମ ଓ ସହଯୋଗ ପୂର୍ଵକ ହିନ୍ଦୁ ସଂଗଠନ ଜରିଆରେ ରଥଯାତ୍ରା ଅନୁଷ୍ଠିତ କରାଇଥିଲେ।

ସେ ଜଣେ ନିଷ୍ଠାପର ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ତଥା ସଂସ୍କୃତିର ପ୍ରସାରକ ଥିଲେ। ହିନ୍ଦୁସ୍ଥାନୀ, ଶାସ୍ତ୍ରୀୟ ଓଡିଶୀ ଓ କଲ୍ୟାଣ ସଂଗୀତ ଉପରେ ତାଙ୍କର ଗଭୀର ଜ୍ଞାନ ଥିଲା ଏବଂ ଉଚ୍ଚ ମାନର ସ୍ଵର ସଂଯୋଜକ ଥିଲେ। ସେ ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି, ଭିକାରୀ ବଳ ଓ ବାଳକୃଷ୍ଣ ଦାଶଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ। ବିଭିନ୍ନ ଯାତ୍ରା ଦଳ, ସଂଗୀତ ଆସର, ନାଟ୍ୟୋତ୍ସବମାନଙ୍କରେ ସେ ସଂଗୀତ ଦେଇ ପୁରସ୍କୃତ ହୋଇଛନ୍ତି। ତାଙ୍କର ଜ୍ୟେଷ୍ଠ ପୁତ୍ର ସତ୍ୟଜିତ ମୁଖାଗ୍ନି ଆଦି କ୍ରିୟା କରିଥିଲେ। ତାଙ୍କ ବିୟୋଗରେ ବିଶ୍ଵ ହିନ୍ଦୁ ପରିଷଦ ଏହାର ଏକ ମହାନ କାର୍ୟ୍ୟକର୍ତ୍ତାଙ୍କୁ ହରାଇ ବସିଲା ବୋଲି ପ୍ରାନ୍ତ ଧର୍ମ ପ୍ରସାର ପ୍ରଶାସନିକ ପ୍ରମୁଖ ଶ୍ରୀ ସର୍ଵେଶ୍ଵର ତ୍ରିପାଠୀ ଗଭୀର ଶୋକ ପୂର୍ବକ ପ୍ରକାଶ କରିଛନ୍ତି। କୋଡିଙ୍ଗାର ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା,ସମାଜସେବୀ ଯୋଗେନ୍ଦ୍ର ସ୍ଵାଇଁ, ସାମ୍ଵାଦିକ ପଦ୍ମଲୋଚନ ପଟ୍ଟନାୟକ, କଳାକାର ଭୁବନାନନ୍ଦ ଜେନା,ବାଦ୍ୟକାର କୈଳାସ ସାମନ୍ତରାୟ, ଚୈତନ୍ୟ ବିଷୟୀ, ବାବୁଲା ଦାସ ପ୍ରମୁଖ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।ଆୟୋଜିତ ଶୋକସଭାରେ ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ନବୀନ ପନକା, ନାଟ୍ୟ ନିର୍ଦ୍ଦେଶକ ପ୍ରହ୍ଲାଦ ତ୍ରିପାଠୀ, ସଂବିତ ପାଣି,ପ୍ରେମଚାନ୍ଦ ପଟ୍ଟନାୟକ, ବିଶ୍ଵଭୂଷଣ ମହାନ୍ତି,ଅଶୋକ ସ୍ଵାଇଁ ଆଦି ବହୁ କଳାକାରଗଣ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories