www.samajalive.in
Sunday, December 7, 2025
26.1 C
Bhubaneswar

ତେଲ ଦର ୧୦୦ ଟଙ୍କା ଛୁଇଁଲେ ବନ୍ଦ ହୋଇଯିବ ପେଟ୍ରୋଲ ପମ୍ପ!

ବେଙ୍ଗାଲୁରୁ: ଭାରତରେ ତେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହି ଧାରା ଜାରି ରହିଲେ ଖୁବ୍‍ ଶୀଘ୍ର ତେଲ ଦର ୧୦୦ ଟଙ୍କା ଟପିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦି ତେଲ ଦର ୧୦୦ ଟଙ୍କା ଟପିଯାଏ ତେବେ ଗ୍ରାହକମାନେ ପ୍ରଭାବିତ ହେବା ସହିତ ଦେଶର ସମସ୍ତ ପେଟ୍ରୋଲ୍‍ ପମ୍ପ ବନ୍ଦ ହୋଇଯିବ। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହା ସତ। ୨୦୦୦ ମସିହା ଆରମ୍ଭ ବେଳକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯେଉଁ ସମସ୍ୟା ଓ ଆହ୍ୱାନ ସୃଷ୍ଟି ହୋଇଥିଲା ଏବେ ସେଭଳି ସଙ୍କଟ ପେଟ୍ରୋଲ୍‍ ପମ୍ପଗୁଡ଼ିକରେ ଉତ୍ପନ୍ନ ହେବାକୁ ଯାଉଛି। ତେଣୁ ସମସ୍ୟାର ସମାଧାନ ପାଇଁ ଏବେଠାରୁ ତତ୍ପର ହେବା ଲାଗି ଆଇଟି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଦେଶର ସମସ୍ତ ପେଟ୍ରୋଲ୍‍ ପମ୍ପଗୁଡ଼ିକ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଓ ଇଲେକ୍ଟ୍ରୋନିକ୍ସ ପ୍ରକ୍ରିୟା ଦ୍ୱାରା ପରିଚାଳିତ ହେଉଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପେଟ୍ରୋଲ୍‍ ପମ୍ପଗୁଡ଼ିକରେ ଲାଗିଥିବା ସେନ୍‍ସର ଚାରି ଅଙ୍କ ଓ ଏକ ଚିହ୍ନ ଅର୍ଥାତ୍‍ ଲିଟର ପିଛା ୯୯.୯୯ ଟଙ୍କା ପର୍ଯ୍ୟନ୍ତ ଗଣନା କରିପାରୁଛନ୍ତି। ଏଥିରୁ ୧ ପଇସା ଅଧିକ ହେଲେ ତାହା ୫ ଅଙ୍କ ଓ ଏକ ଚିହ୍ନ ଅର୍ଥାତ୍‍ ୧୦୦.୦୦କୁ ପରିବର୍ତ୍ତନ ହେବ। ଏହି ଅଙ୍କକୁ ସେନ୍ସର ପଢ଼ିପାରିବ ନାହିଁ କି ଗଣନା କରିପାରିବ ନାହିଁ। ତେଣୁ ପେଟ୍ରୋଲ୍‍ ପମ୍ପର ସୂଚନା ପ୍ରଯୁକ୍ତି ପ୍ରୋଗ୍ରାମିଂକୁ ସେହି ଅନୁଯାୟୀ ପରିବର୍ତ୍ତନ କରିବା ଆବଶ୍ୟକ ହୋଇପଡ଼ୁଛି। ଯଦି ଏହା ଶୀଘ୍ର କାର୍ଯ୍ୟକାରୀ କରା ନଯାଏ ଏବଂ ତେଲ ଦର ୧୦୦ ଟଙ୍କା ଟପି ଯାଏ ତେବେ ପେଟ୍ରୋଲ୍‍ ପମ୍ପ ମାଲିକମାନେ ସର୍ବୋଚ୍ଚ ୯୯.୯୯ ଟଙ୍କାରେ ବିକ୍ରି କରିବା ପାଇଁ ଏବଂ ତଦ୍‍ଜନିତ କ୍ଷତି ସହିବା ପାଇଁ ବାଧ୍ୟ ହେବେ। ସେହିପରି ପ୍ରୋଗ୍ରାମିଂ ପରିବର୍ତ୍ତନ ଜନିତ ଖର୍ଚ୍ଚ ମଧ୍ୟ ତୈଳ ବିତରଣକାରୀ ସଂସ୍ଥା କିମ୍ବା ପେଟ୍ରୋଲ୍‍ ପମ୍ପ ମାଲିକଙ୍କୁ ହିଁ ବହନ କରିବାକୁ ପଡ଼ିବ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories