ପାତ୍ରପୁର: ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସହ୍ୟ ହୋଇପଡ଼ିଛି। ଏବେ ଦିନରେ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ପାର ହେଉଛି । ତେବେ ସାମନ୍ତିଆ ପଲ୍ଲୀରେ ଚଳିତ ବର୍ଷ ଜଙ୍ଗଲ ପୋଡ଼ି ବିଗତ ବର୍ଷ ତୁଳନାରେ ୬୭% ପ୍ରତିଶତ ହ୍ରାସ ପାଇଥିବା ଜଣାଯାଇଛି। ଏହି ଅଞ୍ଚଳରେ ଥିବା ଜଙ୍ଗଲରେ ଫେବୃଆରୀ ମାସରୁ ଜୁନମାସ ମଧ୍ୟରେ ବିଭିନ୍ନ କାରଣରୁ ଜଙ୍ଗଲ ପୋଡି ହେଉଥିଲା । ଗତ ବର୍ଷ ଏହି ଅଂଚଳର ଥିବା ଜଙ୍ଗଲରେ ଫେବୃଆରୀରୁ ଜୁନ ମାସ ମଧ୍ୟରେ ୨୬୧ଗୋଟି ସ୍ଥାନରେ ନିଆଁ ଲାଗିଥିଲା। ସେହିଭଳି ଏପ୍ରିଲ ମାସ ମଧ୍ୟରେ ୧୧୫ଗୋଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା ମାତ୍ର ୪୪ଗୋଟି ସ୍ଥାନରେ ନିଆଁ ଲାଗିଥିବା ଜଣାଯାଇଛି। ତେବେ ଦୀର୍ଘଦିନ ହେଲା ବର୍ଷା ଅଭାବ ଯୋଗୁଁ ଅଧିକ ସ୍ଥାନରେ ଜଙ୍ଗଲ ପୋଡି ଆଶଙ୍କା ଥିବା ବେଳେ ନିଆଁ ଲାଗିବା କମିଛି। ଏହି ରେଞ୍ଜରେ ତୁମ୍ବା ୮୫୬ହେକ୍ଟର ସିଂହରାଜ ୨୦୬୬.୪୦ହେକ୍ଟର ସଂରକ୍ଷିତ ଜଙ୍ଗଲ ସହିତ ଋଷିମାଳ, ନକୋଇ, ସିନ୍ଧୁଭୋଜ।, ହରିପୁର, ପର୍ଶୁରାମ, ଦୁତିକାସାହି, ବେଙ୍ଗେଇ ସାହି, ଝଗଡା ପଲ୍ଲୀ, ପଙ୍କାଳ, ମୟୁର ଚୂଳିଆ ପ୍ରାୟ କୋଡିଏ ହଜାର ହେକ୍ଟର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରହିଛି।ଏହାର ରକ୍ଷଣାବେକ୍ଷଣ ପାଇଁ ପାଞ୍ଚଟି ସେକ୍ସନ ସହିତ ଅଠର ଗୋଟି ବିଟ ରହିଛି। ଗତ କିଛିବର୍ଷ ହେଲା ବୃକ୍ଷରୋପଣ ଓ ବନ ସୁରକ୍ଷା ସମିତି ଗଠନ ହେବା ସହିତ ସମିତିର ବିଭିନ୍ନ କାର୍ଯ୍ୟ ଜାରି ରହିଛି। ପ୍ରତିବର୍ଷ ଅଂଚଳରେ ମହୁଲ ଫୁଲ ସଂଗ୍ରହ ନୂତନ ବଗଡ଼ ନିର୍ମାଣ ପାଇଁ ଏବଂ ଶୁଖିଲା କାଠ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିଲେ। ତେବେ ଚଳିତ ବର୍ଷ ଦୀର୍ଘ ଦିନଧରି ବର୍ଷା ହୋଇ ନଥିବା ବେଳେ ନିିଆଁ ଲାଗିବା କ୍ଷଣି ଜଙ୍ଗଲ ବିଭାଗ ପଦକ୍ଷେପ ନେବା ଫଳରେ ନିଆଁ ଲାଗିବା ହ୍ରାସ ପାଇଛି। ଆଦିବାସୀ ଅଞ୍ଚଳରେ ପୂର୍ବ ପରି ବଗଡରୁ ଲୋକମାନେ ଫସଲ ଆଦାୟ କମ ହେଉଥିବା ଦେଖି ନୂତନ ବଗଡ ସ୍ଥାପନ ପାଇଁ ମନ ବଳାଉ ନାହାନ୍ତି। ଏବେ ବହୁ ପିଲା ପାଠପଢା ପାଇଁ ଆଗ୍ରହ ପ୍ରକାଶ କରି ଛାତ୍ରାବାସ ଥିବା ସ୍କୁଲ ମୁହାଁ ହେଉଛନ୍ତି। ଏପରିକି ବୟସ୍କ ଯୁବକ ଯୁବତୀ ମନେ କାମ କରିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯାହା ଫଳରେ ବଗଡ ମୁହାଁ କମିବା ଲକ୍ଷ କରାଯାଉଛି।
ସେହିପରି ଗ୍ରାମାଞ୍ଚଳରେ କାଠ ସଂଗ୍ରହ ବହୁ ମାତ୍ରାରେ କମିଛି। ତେବେ ଅଞ୍ଚଳରେ ଥିବା ବହୁ ଜଙ୍ଗଲ ଦୁର୍ଗମ ଅଞ୍ଚଳରେ ଉଚ୍ଚାରେ ରହୁଛି। ଜଙ୍ଗଲରେ ନିଆଁ ଲାଗିଲେ କର୍ମଚାରୀମାନେ ରାତି ଦିନ ଏକା କରି ନିଆଁ ଲିଭାଇବା ଯୋଗୁଁ ଅନ୍ୟ ଅଂଚଳକୁ ନିଆଁ ପହଞ୍ଚିବାର ପଥରୋଧ କରିବା ଫଳରେ ନିଆଁ ବ୍ୟାପିବା ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଗତ ତିନିଦିନ ତଳେ ନାକୋଇ ପାହାଡରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ଲାଗୁଥିବା ବେଳେ କର୍ମଚାରୀମାନେ ରାତି ଉଜାଗର ରହି ନିଆଁକୁ ଆୟତ୍ତ କରିବା ଯୋଗୁଁ ସମ୍ପୂର୍ଣ୍ଣ ପାହାଡ ଜଳିବା ଆଶଙ୍କା ରୋକାଯାଏ ଥିବା ଆଲୋଚନା ହେଉଛି। ତେବେ ଜଙ୍ଗଲରେ ନିଆଁ ସମ୍ପର୍କରେ ରେଞ୍ଜରେ ରଜତ କୁମାର ମିଶ୍ରଙ୍କୁ ପଚାରିବାରେ ଜନସାଧାରଣ ସହଯୋଗ ଯୋଗୁଁଏହା ସମ୍ଭବ ହୋଇଛି ବୋଲି କହିଛନ୍ତି।



