କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬୧ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ନବନିର୍ବାଚିତ ନଗରପାଳ ବରିୟାମ ସିଂ ସାଲୁଜା ଅଧକ୍ଷତା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ, ଉପାଧ୍ୟାକ୍ଷା ମନୋରମା ରାଉତ, ଏମ. ଇ ଅଶୋକ ପଟନାୟକ. ସିଏମଏମ ରଶ୍ମି ରଞ୍ଜନ ପଟନାୟକ, ଚନ୍ଦ୍ରଶେଖର ଭୋଇ, ବିଭିନ୍ନ ୱାର୍ଡ଼ ର କାଉନସିଲର ଓ ପରିଷଦ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



