www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଆରେ ଆଇନ ଖିଲାପ କାରୀ ବିରୋଧରେ ଦଣ୍ଡବିଧାନର ବିଧିବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି ଯାଇଥିବା ଅଧୁରା କାର୍ଯ୍ୟକୁ ପୂରଣ କରିବା ପାଇଁ ଭାଷା ଆନ୍ଦୋଳନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଆରେ ଓଡ଼ିଶାର ଶାସନ ତଥା ଆଇନ ଖିଲାପ କାରୀ ବିରୋଧରେ ଦଣ୍ଡବିଧାନର ବିଧିବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକାଠିକରି ଗୋଟିଏ ମାଆ ର ସନ୍ତାନ ବୋଲି ପରିଚୟ ଦେବା ସହିତ ଦେଶ ବିଦେଶରେ ଟେକ ରଖିବା ସହିତ ନିଜର ସୁରକ୍ଷା ପାଇଁ ଯେଉଁ ବ୍ରତ ଗ୍ରହଣ କରିଥିଲେ ତାହା ହିଁ ‘ଓଡ଼ିଶା’, ଯାହାର ସୁରକ୍ଷା ପାଇଁ ଭାଷା ଆନ୍ଦୋଳନ, ଓଡିଶା ସଦାସର୍ବଦା ତତ୍ପର ରହିବ ବୋଲି କୁହାଯାଇଥିଲା। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା, ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନେଇ ଭାଷା ଆନ୍ଦୋଳନ ପକ୍ଷରୁ ଅହରଣ ଉଦ୍ୟମ ଜାରି ରହିବ ବୋଲି ଆବାହକ ପବିତ୍ର ମହାରଥା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଚକ୍ରଧର ମହନ୍ତ, କମାଣ୍ଡର ନନ୍ଦ କିଶୋର ସାମଲ, ସାରଦା ପ୍ରସାଦ ମହାପାତ୍ର, ନବ କିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, କାଁହୁ ବେହୁରା, ସମରେନ୍ଦ୍ର ମିଶ୍ର, ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories