୭୦ ବର୍ଷରେ ଭାରତ-ଜାପାନ କୂଟନୈତିକ ସମ୍ପର୍କ

ଭାରତ-ଜାପାନ କୂଟନୈତିକ ସମ୍ପର୍କ ୭୦ବର୍ଷ ପୂରଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଦୁଇଦେଶ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କରେ ଉନ୍ନତି ଘଟିଛି । ଉଭୟ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ, ଅର୍ଥନୈତିକ ସହଯୋଗ ଓ ଜନସମ୍ପର୍କ ବୃଦ୍ଧି ପାଇଛି ।

prayash

ଶ୍ରୀ ମୋଦୀ କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଭାରତ ଗସ୍ତ କୋଭିଡ ପରବର୍ତ୍ତୀ ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କକୁ ଆହୁରି ମଜଭୁତ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଜାପାନ ପ୍ରତିପକ୍ଷ କିଶିଦାଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ଆଶା ରଖିଛନ୍ତି।

kalyan agarbati

Comments are closed.