www.samajalive.in
Saturday, December 13, 2025
26.1 C
Bhubaneswar

ବିବାହର ୩୫ ବର୍ଷ ପରେ ୭ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର

ଛତରପୁର: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ଆଉ ଏଭଳି ଏକ ଅନ୍ଧ ଭଲପାଇବାର ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁରରୁ। ପ୍ରେମିକଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ୫୦ ବର୍ଷୀୟ ମହିଳା ନିଜ ସ୍ବାମୀ ଓ ୭ ପିଲାଙ୍କୁ ଛାଡ଼ି ୨୦ ବର୍ଷୀୟ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଏବଂ ୪ ସନ୍ତାନ ଏସପିଙ୍କ ଦ୍ବାରସ୍ଥ ହୋଇ ତାଙ୍କ କାର୍ଯ୍ୟାଳୟରେ ଏହି ଘଟଣା ସମ୍ପର୍କରେ କହିଛନ୍ତି।

ହରିମୋହନ ସେନ(୫୫) ନାମକ ବ୍ୟକ୍ତି କହିଛନ୍ତି ଯେ, ୩୫ ବର୍ଷ ପୂର୍ବେ ତାଙ୍କ ବିବାହ ସଞ୍ଜୁ ସେନଙ୍କ ସହ ହୋଇଥିଲା, ସଞ୍ଜୁଙ୍କ ବର୍ତ୍ତମାନ ବୟସ ୫୦ ବର୍ଷ। ଉଭୟଙ୍କର ୭ଟି ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନ ଜଣ ଝିଅଙ୍କ ବିବାହ ହୋଇସାରିଛି। ଆଉ ଦୁଇ ଝିଅ ଓ ଦୁଇ ପୁଅ ମାଆ ବାପାଙ୍କ ସହ ରହି ମୂଲ ମଜୁରୀ ଲାଗି ଘର ଚଳାଇବାରେ ସାହାଯ୍ୟ କରନ୍ତି। କୁହାଯାଉଛି ଯେ, ମହିଳା ଜଣକ ନିକଟରେ ସଟଇ ଥାନା ଅଞ୍ଚଳର ହିମ୍ମତପୁରା ପଞ୍ଚାୟତ ଅଧିନସ୍ଥ ଚଢେରନପୂରୱାରେ ଜଣଙ୍କ ଫସଲ କାଟିବାକୁ ଯାଇଥିଲେ, ଏହି ସମୟରେ ୨୦ ବର୍ଷୀୟ ମହେଶ ସେନଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଫସଲ କଟା ସରିବା ପରେ ସେହି ଯୁବକଙ୍କ ସହ ମହିଳାଜଣକ ଫେରାର ହୋଇଯାଇଛନ୍ତି। ମାଆ ଫେରାର ହୋଇଯିବା ପରେ ପୁଅମାନେ ମହେଶ ସେନଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ପଚାରିବାରୁ ମହେଶଙ୍କ ମାଆ ସେମାନଙ୍କୁ ଗାଳି ଗୁଲଜ କରି ବିଦା କରି ଦେଇଥିଲେ।

- Advertisement -

ମହିଳାଙ୍କ ସ୍ବାମୀ ଓ ପିଲାମାନଙ୍କ କହିବାନୁସାରେ, ସେମାନେ କଠିନ ପରିଶ୍ରମ କରି ସାଢେ ୩ ବସ୍ତା ଗହମ ଓ ଅଧ ବସ୍ତା ରାଶି ରଖିଥିଲେ ଓ କିଛି ନଗଦ ଟଙ୍କା ମଧ୍ୟ ଥିଲା। ସଞ୍ଜୁ ଯିବା ପୂର୍ବରୁ ସମସ୍ତ ଶସ୍ୟକୁ ବିକ୍ରି କରିବା ସହ ଘରେ ଥିବା ନଗଦ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ସ୍ବାମୀ କହିଛନ୍ତି, ବର୍ତ୍ତମାନ ମୋ ପରିବାର, ମୋ ପିଲାମାନେ ମୋ ପତ୍ନୀଙ୍କୁ ଖୋଜି ଖୋଜି ଲୁହ ଝରାଇ ଚାରିଆଡ଼େ ବୁଲୁଛନ୍ତି। ଏଥିସହ ଶାସନ-ପ୍ରଶାସନଙ୍କୁ ଗୁହାରି କରୁଛନ୍ତି କି, ମୋ ପତ୍ନୀକୁ ଖୋଜି ମୋତେ ଫେରାଇ ଦିଅନ୍ତୁ ଓ ମହେଶ ସେନଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ ବୋଲି ସ୍ବାମୀ ହରିମୋହନ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories