www.samajalive.in
Saturday, December 6, 2025
26.1 C
Bhubaneswar

ଦାୟିତ୍ୱରେ ଅବହେଳା, ୩ କନେଷ୍ଟବଳ ନିଲମ୍ବିତ

ବଲାଙ୍ଗିର/ସଇଁନ୍ତଲା/ବଡମାଳ: ବଲାଙ୍ଗିର ଜିଲ୍ଲା  ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଳ ଫାଣ୍ଡିରୁ ୨ଜଣ ଅଟକ ଥିବା ଅଭିଯୁକ୍ତ ଖସିଯିବା ଘଟଣା ।  ସେମାନଙ୍କୁ ଧରିବା ପାଇଁ ପୁଲିସ ରାତି ସାରା କସରତ୍‌ କରିଥିଲେ ବି ସେମାନଙ୍କର ଟେର୍‌ ପାଇପାରି ନାହିଁ । ଏହି ମାମଲାକୁ ଗୁରୁତର ସହ ନେଇ ଦାୟିତ୍ୱରେ ଅବହେଳା କରିଥିବା ୩ଜଣ କନେଷ୍ଟବଳଙ୍କୁ ଆରକ୍ଷୀ ଅଧିକ୍ଷକ(ଏସ୍‌ପି) ନୀତିନ କୁଶଲକର ନିଲମ୍ବିତ କରିଛନ୍ତି ।

ସୂଚନା ମୁତାବକ ଗତକାଲି ରାତିରେ ୨ଜଣ ଅଭିଯୁକ୍ତ ହାତ ଧୋଇବା ବାହାନାରେ ବାହାରକୁ ଆସି ଫେରାର ହୋଇଯାଇଥିଲେ । ଗତ ୧୮ ତାରିଖରେ ସଇଁନ୍ତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ବିନ୍ଧନବାହାଲି ଦେଶୀ ମଦ ଭାଟିରୁ ୮ରୁ ୧୦ଜଣ ଯୁବକ ରାତିରେ ଯାଇଥିଲେ । ମଦ ମାଗିବା ବାହାନାରେ ଗଣ୍ଡଗୋଳ କରିବା ସହ ପିସ୍ତଲ ଦେଖାଇ ଭାଟିର ପରିଚାଳକ ପିଣ୍ଟୁ ସିଂ ଓ ବିକ୍ରେତାଙ୍କୁ ମାଡ ମାରିଥିଲେ । ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍‌ ଓ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏ ସଂପର୍କରେ ଭାଟି ପରିଚାଳକ ପିଣ୍ଟୁ ସିଂ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ଆବଶ୍ୟକୀୟ ଦସ୍ତାବେଜ ସଂଗ୍ରହ କରିଥିଲେ । ସଇଁନ୍ତଲା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଥିଲା ।

- Advertisement -

୨ ଦିନ ତଳେ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ ମାମଲାରେ ପୁଲିସ ସର୍ଗିପାଲି ଗାଁର ପିଣ୍ଟୁ ଦାସ ଓ କନ୍ଧମାଳ ତୁମୁଡିବନ୍ଧର ସନ୍ତୋଷ ବଡସେଟକୁ ଧରିଥିଲା ପୁଲିସ । ସେମାନଙ୍କୁ ବଡମାଳ ଫାଣ୍ଡିରେ ରଖି ପଚରାଉଚରା ଚଳାଇଥିଲା । ଅନ୍ୟ କେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେନେଇ ଜରୋ କରିଥିଲା ପୁଲିସ । ପରେ ରାତିରେ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଖାଇ ସାରିବା ପରେ ହାତ ଧୋଇବା ବାହାନାରେ ବାହାରକୁ ଆସି ଖସିଯାଇଥିଲେ ଅଭିଯୁକ୍ତ ।  ସେମାନଙ୍କୁ ଜଗିବା ପାଇଁ ଫାଣ୍ଡିର କେହି କର୍ମଚାରୀ ତାଙ୍କ ସାଙ୍ଗରେ ବାହାରକୁ ଆସି ନଥିଲେ । ଦୀର୍ଘ ସମୟ ହୋଇଯାଇଥିଲେ ବି ୨ଜଣ ହାତ ଧୋଇ ନଫେରିବାରୁ ପୁଲିସ ସେମାନଙ୍କୁ ଖୋଜାଖୋଜି କରିଥିଲା ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories