ପାଟଣା: ସ୍ୱାମପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନ ରତ ୬୮ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସହିତ ପରିଚାଳନା କମିଟି ସଭାପତି ଅରବିନ୍ଦ ଦାଶ ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ସାମିଲ ଥିଲେ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା।
Popular Categories



