www.samajalive.in
Thursday, December 11, 2025
14.1 C
Bhubaneswar

ଇଣ୍ଡିଜ୍‍ ବିପକ୍ଷ ଟେଷ୍ଟ ସିରିଜ୍‍ ପାଇଁ ଭାରତୀୟ ଦଳ ଘୋଷଣା : ମୟଙ୍କ, ସିରାଜ୍‍ ନୂଆମୁହଁ

ମୁମ୍ବଇ : ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‍ ଲାଗି ଭାରତୀୟ କ୍ରିକେଟ ଦଳ ଶନିବାର ଘୋଷଣା କରାଯାଇଛି। ଜାତୀୟ ସିନିୟର ମନୋନୟନକାରୀ ଦଳରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି; ବହୁତଦିନ ପରେ ଭାରତୀୟ ଟେଷ୍ଟ ଦଳରୁ ଓପ୍‍ନର ଶିଖର ଧାୱନ ବାଦ୍‍ ପଡ଼ିଛନ୍ତି। ଇଂଲଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନ ପାଇଁ ଧାୱନଙ୍କୁ ଘରୋଇ ସିରିଜ୍‍ ପାଇଁ ଟେଷ୍ଟ ଦଳରେ ରଖା ଯାଇନାହିଁ। ଇଂଲଣ୍ଡ ଗସ୍ତରେ ୪ଟି ଟେଷ୍ଟରେ ଧାୱନ ମୋଟ ୪୪ ରନ୍‍ କରିଥିଲେ। ଅବଶ୍ୟ ସଦ୍ୟ ସମାପିତ ଏସିଆ କପ୍‍ରେ ବାମହାତି ଧାୱନ ୨ଟି ଶତକ ସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର୍‍କରିବା ସହ ପ୍ଲେୟର ଅଫ୍‍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।
ଅକ୍ଟୋବର ୪ରୁ ରାଜକୋଟରେ ଓ ୧୨ରୁ ହାଇଦରାବାଦରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଘରୋଇ ଭାରତ ୨ଟି ଟେଷ୍ଟ ମ୍ୟାଚ୍‍ର ସିରିଜ୍‍ ଖେଳିବ। ଦଳରୁ ଶିଖର ଧାୱନ ବାଦ୍‍ ପଡ଼ିଥିବା ବେଳେ ଦଳରେ ଓପ୍‍ନର ଭାବେ ସ୍ଥାନ ପାଇଥିବା ମୁମ୍ବଇର ପୃଥ୍ୱୀ ସ’ ଓ କର୍ଣ୍ଣାଟକର ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣେ ଟେଷ୍ଟ ଜୀବନ ଆରମ୍ଭ କରିବା ନିଶ୍ଚିତ। ମୟଙ୍କ ପ୍ରଥମଥର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଗତବର୍ଷ ଘରୋଇ କ୍ରିକେଟରେ ମୟଙ୍କ ୨ ହଜାରରୁ ଅଧିକ ରନ୍‍ ସ୍କୋର କରିଥିଲେ। ଏହାସହ ଭାରତ ‘ଏ’ ପାଇଁ ସେ ନିୟମିତ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଅଭ୍ୟାସ ମ୍ୟାଚ୍‍ରେ ମୟଙ୍କ ୯୦ ରନ୍‍ କରିଛନ୍ତି। ନିୟମିତ ଓପ୍‍ନର ଭାବେ କେ.ଏଲ୍‍. ରାହୁଲ ରହିଛନ୍ତି। ୩ ସପ୍ତାହର ବିଶ୍ରାମ ପରେ ବିରାଟ କୋହଲି ଦଳକୁ ଫେରି ନେତୃତ୍ୱ ନେବେ। ଆହତ ଥିବାରୁ ପେସ୍‍ ବୋଲର ଈଶାନ୍ତ ଶର୍ମା ଓ ଅଲ୍‍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରା ଯାଇନାହିଁ। ପୁଣି ଆହତହୋଇ ଏସିଆ କପ୍‍ରେ ଦଳକୁ ଫେରିଥିବା ଭୁବନେଶ୍ୱର କୁମାର ଓ ନିୟମିତ କ୍ରିକେଟ ଖେଳୁଥିବା ଯଶପ୍ରୀତ ବୁମ୍‍ରାଙ୍କୁ ଦଳରୁ ବିଶ୍ରାମ ଦିଆଯାଇଛି। ଫଳରେ ହାଇଦରାବାଦର ପେସ୍‍ ବୋଲର ମହମ୍ମଦ ସିରାଜ୍‍ ଦଳରେ ସ୍ଥାନ ପାଇଛନ୍ତି। ଦଳରେ ଥିବା ଅନ୍ୟ ୩ ପେସ୍‍ ବୋଲର ହେଲେ ମହମ୍ମଦ ସାମି, ଉମେଶ ଯାଦବ ଓ ସାର୍ଦ୍ଦୁଳ ଠାକୁର। ଦଳର ସ୍ପିନ୍‍ ବିଭାଗରେ କୌଣସି ପରିବର୍ତ୍ତନ କରା ଯାଇନାହିଁ। ଘରୋଇ ସିରିଜ୍‍ରେ ୨ୟ ୱିକେଟ ରକ୍ଷକଙ୍କ ଆବଶ୍ୟକତା ନଥିବାରୁ ଦିନେଶ କାର୍ତ୍ତିକ ବାଦ୍‍ ପଡ଼ିଛନ୍ତି।

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), କେ.ଏଲ୍‍. ରାହୁଲ, ପୃଥ୍ୱୀ ସ’, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ୍‍ (ୱିକେଟ ରକ୍ଷକ), ଆର୍‍. ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ମହମ୍ମଦ ସିରାଜ୍‍ ଓ ସାର୍ଦ୍ଦୁଳ ଠାକୁର।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories