www.samajalive.in
Monday, December 8, 2025
14.1 C
Bhubaneswar

ଶିକ୍ଷକଙ୍କ ବଦଳି ନେଇ ଅଭିଭାବକଙ୍କ ବିରୋଧ

ଆରଡି : ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତରେ ଥିବା ବୋଡକ ଉନ୍ନୀତ ଉ.ପ୍ରା ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ ବଦଳିକୁ ନେଇ ବୋଡକଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ଚକ୍ରଧର ଜେନା ଦୀର୍ଘବର୍ଷ ଧରି ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତକାଲି ଡେପୁଟେସନରେ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସମେତ ଗ୍ରାମବାସୀ ମାନେ ସେହି ଶିକ୍ଷକଙ୍କ ବଦଳି ଆଦେଶକୁ ବାତିଲ କରିବା ପାଇଁ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟ ଭିତରକୁ ନ ଯାଇ ବାହାରେ ଛିଡା ହୋଇରହିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସିଂ ଏବିଷୟରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ଏବିଇଓ ଭୀମସେନ ହୋ ଫୋନ ଯୋଗେ ଗ୍ରାମବାସୀଙ୍କ ସହ କଥା ହୋଇ ଆନ୍ଦୋଳନ ନକରିବାକୁ ନିବେଦନ କରିଥିଲେ। ଶିକ୍ଷକଙ୍କ ବଦଳିର ପୁର୍ନ ବିଚାର କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ପରେ ପହଣା କ୍ଲଷ୍ଟର ସିଆରସିସି ମଙ୍ଗୁଳି ଚରଣ ସେଠୀ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀ ମାନେ ସେହି ଶିକ୍ଷକଙ୍କ ବଦଳି ନକରିବାକୁ ଅନୁରୋଧ କରିଥିଲେ। ଯଦି ଏହି ଘଟଣାର ପୁର୍ନବିଚାର ନକରାଯାଏ ତେବେ ଆସନ୍ତା ମାସରେ ଗ୍ରାମବାସୀ ବିଦ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories