www.samajalive.in
Monday, December 8, 2025
24.1 C
Bhubaneswar

ଗଞ୍ଜାମ ବ୍ଲକରେ ସହ ପାଠ୍ୟକ୍ରମ ଗତିବିଧି କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ବ୍ଲକ ସଭାଗୃହଠାରେ ସୋମବାର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ସହ ପାଠ୍ୟକ୍ରମ ଗତିବିଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ କୁମାର ଦାସ, ଅଭିରାମ ନାୟକ ଓ ରମେଶ ଚନ୍ଦ୍ର ବେହେରା ସିଆରସିସି, ପ୍ରକାଶ ଚନ୍ଦ୍ର ବେହେରା, ସଂଯୁକ୍ତା ଦାସ, ସୁଦାମ ନାହାକ, ଦୁର୍ଗା ପଟ୍ଟନାୟକ ପ୍ରଧାନ ଶିକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ଭାବେ ଏହି କର୍ମଶାଳାରେ ପିଲାଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହ ପାଠ୍ୟକ୍ରମ ନାଚ, ଗୀତ, ଖେଳ, ଚିତ୍ର, ଲେଖନୀ, ବକ୍ତୃତା ଆଦିର ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ବର୍ଷ ସାରା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇବା ସହ ଆସନ୍ତା ପାଠ୍ୟ ବର୍ଷ ୨୦୨-୨୩ ନିମନ୍ତେ ସହ ପାଠ୍ୟକ୍ରମ ଗତିବିଧି କାର୍ଯ୍ୟସୂଚୀ କେମିତି ତିଆରି କରିହେବ ତାହାରି ଉପରେ ତାଲିମ ଦିଆଯାଇଥିଲା ।

ସୋମବାରଠାରୁ ଶୁକ୍ରବାର ଯାଏଁ ପାଠପଢା ଏବଂ ଶନିବାର ଦିନ କେବଳ ବିଭିନ୍ନ ସହ କାର୍ଯ୍ୟକ୍ରମ ହେବାର ନିର୍ଦ୍ଧାରିତ ହେଲା। ବିଭିନ୍ନ ଦିବସର ଗୁରୁତ୍ଵ ଓ ଇତିହାସକୁ ଧ୍ୟାନ ରଖି, ଆଞ୍ଚଳିକ କଳା, ସଂସ୍କୃତି ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ କେମିତି କରିହେବ ତାହାର ଉପାୟମାନ ସ୍ଥିର କରାଗଲା । ଏହା ସହ ପିଲାଙ୍କ ଅନେକ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟର ହବି କ୍ଲବ ସବୁ ଗଠିତ ହେବ ବୋଲି ସହମତି ହେଲା । ପ୍ରାୟ ୧୨ ଜଣ ସିଆରସିସି ଓ ୪୦ ଜଣ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଶେଷରେ ସୁଦାମ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories