www.samajalive.in
Saturday, December 13, 2025
18.1 C
Bhubaneswar

ଗୁଇନ୍ଦା ବିଭାଗର ବଡ ଧରଣର ଚଢାଉ ; ଗଞ୍ଜେଇ ସହ ୧୩ ଲକ୍ଷ ଟଙ୍କା ଜବତ

ଟିଟିଲାଗଡ଼ :  ଅବକାରୀ ଗୁଇନ୍ଦା ବିଭାଗର ସମ୍ବଲପୁର ପକ୍ଷରୁ ଏକ ବିଶେଷ ସୁତ୍ରରୁ ସୁଚନା ପାଇ ରବିବାର ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଇଚଗାଁରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବୈଷ୍ଣବ ସାହୁ ନାମକ ଜଣେ ଗ୍ରାମବାସୀଙ୍କ ଘରୁ ୨୧ କିଲୋଗ୍ରାମ ଗଞ୍ଜେଇ ସହ ୧୩ ଲକ୍ଷ ଟଙ୍କା ଜବତ ହେବା ଆଳୋଚନାର ବିଷୟ ହୋଇଛି। ଅବକାରୀ ବିଭାଗ ଅଭିଯୁକ୍ତଙ୍କୁ ଗିରଫ ସହ ଆଜି ଟିଟିଲାଗଡ କୋର୍ଟ ଚାଳାଣ କରିଛି। ଏହି ଚଢାଉ ଦଳରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ସମ୍ବଲପୁର ଶଶିକାନ୍ତ ଦତ୍ତ, ଟିଟିଲାଗଡ ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାଶ, କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା, ଏସଆଇ ହେମନ୍ତ ମହାନନ୍ଦିଆ, ଏଏସଆଇ ବିଜୟ ଲାକ୍ରା, ଗିରିଜା ଶଙ୍କର ମହାନ୍ତି, ଶ୍ରୀଦ୍ଧର ପଲାଇ ପ୍ରମୁଖ ସାମିଲ ଥିଲେ। ଟିଟିଲାଗଡ ଅଞ୍ଚଳରେ ଗଞ୍ଜେଇ କାରବାର ବ୍ୟାପକ ହୋଇଥିବା ବେଳେ ଜାତୀୟ ରାଜପଥରେ ବୋଲେରୋ ଭର୍ତ୍ତି ଗଞ୍ଜେଇ ଜବତ ହେବା, ଟ୍ରେନରେ ଗଞ୍ଜେଇ ଚାଲାଣ ଆଦି ଚର୍ଚ୍ଚାର ବିଷୟ ହୋଇଛି। ସିଧାସଲଖ ଫୁଲବାଣି ତଥା ରାୟଗଡା ଜିଲା ପଟରୁ ଟିଟିଲାଗଡ ଅଞ୍ଚଳକୁ ନିତ୍ୟ ଟ୍ରେନ ତଥା ବିଭିନ୍ନ ଯାନବାହାନ ଯୋଗେ ଗଞ୍ଜେଇ ଚାଲାଣ ଜାରି ରହିଥିବା ଅଭିଯୋଗ ହେଉଥିବା ବେଳେ ଅବକାରି ବିଭାଗ ବିଶେଷ ଧ୍ୟାନ ଦେବାକୁ ଦାବି ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories