www.samajalive.in
Saturday, December 6, 2025
19.1 C
Bhubaneswar

ମୋଦୀଙ୍କୁ ଭେଟିଲେ ଅନୁପମ ଖେର୍; ଦେଲେ ରୁଦ୍ରାକ୍ଷ ମାଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅନୁପମ ଖେର୍। ଖାଲି ସେତିକି ନୁହେଁ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶେଷ ଉପହାର ମଧ୍ୟ ଦେଇଛନ୍ତି। ମୋଦୀଙ୍କ ସହ ସାକ୍ଷାତ ସମୟର କିଛି ଫଟୋ ଅନୁପମ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଫଟୋରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ମୋଦୀଙ୍କ ଭେଟିବା ସମୟରେ ଅନୁପମ ତାଙ୍କୁ ଏକ ରୁଦ୍ରାକ୍ଷ ମାଳା ଦେଇଛନ୍ତି। ଏହି ମାଳା ଅନୁପମ ଖେର୍‌ଙ୍କ ମାଆ ଦୁଲାରୀ ଖେର୍‌ ପ୍ରଧାନମନ୍ତ୍ରୀଙ୍କ ପାଇଁ ପଠାଇଥିଲେ।

ଫଟୋରେ ମୋଦୀ ଅନୁପମଙ୍କ ହାତରୁ ରୁଦ୍ରାକ୍ଷ ମାଳା ନେଉଥିବା ଦେଖିବାକୁ ମିଳିଛି। ଦୁହିଁଙ୍କ ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି ଓ ଏହି ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଫଟୋ ଶେୟାର କରି ଅନୁପମ ଲେଖିଛନ୍ତି, ‘‘ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାଶୟ। ଆଜି  ଆପଣଙ୍କୁ ଭେଟି ଉଭୟ ମନ ଓ ଆତ୍ମା ପ୍ରସନ୍ନ ହେଲା। ଆପଣ ଦେଶ ପାଇଁ, ଦେଶବାସୀଙ୍କ ପାଇଁ ଦିନ ରାତି ଯେଉଁ କାମ ଓ ପରିଶ୍ରମ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଇବାର ସୁଯୋଗ ମିଳିଲା। ମୋ ମାଆଙ୍କ ଦ୍ବାରା ଆପଣଙ୍କ ରକ୍ଷା ପାଇଁ ପଠାଯାଇଥିବା ରୁଦ୍ରାକ୍ଷ ମାଳାକୁ ଆପଣ ଯେଉଁ ଶ୍ରଦ୍ଧା ଓ ସମ୍ମାନର ସହ ସ୍ବୀକାର କଲେ, ତାହା ମୁଁ ଓ ମୋ ମାଆ ସର୍ବଦା ମନେ ରଖିବୁ। ଭଗବାନ ଆପଣଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ ଓ ଏହିପରି ଆମକୁ ସର୍ବଦା ଶକ୍ତି ଦେଉଥାଆନ୍ତୁ! ଜୟ ହିନ୍ଦ!

View this profile on Instagram

Anupam Kher (@anupampkher) • Instagram photos and videos

- Advertisement -


ଉଲ୍ଲେଖଯୋଗ୍ୟ, ଅନୁପମ ଖେର ତାଙ୍କ ମାଆ ଦୁଲାରୀ ଖେରଙ୍କ ଅତି ନିକଟତର। ସେ ମାଆଙ୍କ ସହ ଅନେକ ସମୟରେ କୌତୁହଳପୂର୍ଣ୍ଣ ଭିଡିଓ ଶେୟାର କରିଥାଆନ୍ତି। ଉଭୟଙ୍କ ମଧୁର ବନ୍ଧନ ସମସ୍ତଙ୍କ ମୁହଁରେ ହସ ଭରିଦିଏ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories