www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ  : ଟାଉନ ହଲ, ବୌଦ୍ଧ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ କାର୍ୟ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି  । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସମ୍ମାନନୀୟ ଅତିଥି ଭାବେ ଅଧ୍ୟକ୍ଷ, ଏନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ଉପ -ନଗରପାଳ ସୁବାସିନୀ ସେଠୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଯୋଗ ଦେଇଥିଲେ  । କାର୍ୟ୍ୟ ନିର୍ବାହୀ ଅଧିକାରୀ, ବୌଦ୍ଧଗଡ଼ ଏନ. ଏ. ସି. ଇଂ. ମନୋରଞ୍ଜନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ  । ନଗରପାଳ ଶ୍ରୀ ମିଶ୍ର ହିତାଧିକାରୀମାନେ କାର୍ୟ୍ୟାଦେଶ ପାଇବା ମାତ୍ରେ କାମ ଯଥା ଶୀଘ୍ର ଆରମ୍ଭ କରିବାକୁ ସମସ୍ତ ହିତାଧିକାରୀଙ୍କୁ ଆହ୍ୱାନ କରିଥିଲେ  ।
ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ଶ୍ରୀ ମିଶ୍ର କାର୍ୟ୍ୟାଦେଶରୁ ପ୍ରକୃତ ହିତାଧିକାରୀ ସୁଫଳ ପାଇବା ସହ ନିର୍ଧାରିତ ସମୟ ଭିତରେ କଲେ ପ୍ରୋତ୍ସାହନ ରାଶି ମିଳିବ ବୋଲି ମତ ବ୍ୟକ୍ତ କରିବା ସହ ସମସ୍ତ ଅତିଥି, ସମସ୍ତ କାଉନସିଲର, ଇ. ଓ. ଶ୍ରୀ ପଣ୍ଡା ୩୪ ଟି ନିଜସ୍ୱ ପଟା ଏବଂ ୨୩୫ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ  । ଏହି କାର୍ୟ୍ୟକ୍ରମରେ କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଗୋଷ୍ଠି ସଂଗଠିକା ସୁପର୍ଣ୍ଣା ମହାନ୍ତି, ଯାଗ। ସଂଯୋଜିକା ରାହୁଲ ପାଳ, ପରାମର୍ଶ ଦାତା ଜଗମୋହନ ମହାରଣା, ଏନ. ଏ. ସି. ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ  । ଏହି କାର୍ୟ୍ୟକ୍ରମରେ ସମସ୍ତ କାଉନସିଲର, ଗଣ ମାଧ୍ୟମ ପ୍ରତିନିଧି, ବସ୍ତି ବାସିନ୍ଦା, ସମସ୍ତ ୱାର୍ଡ ର ହିତାଧିକାରୀ ଯୋଗଦେଇଥିଲେ  । କାର୍ୟ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories