www.samajalive.in
Thursday, December 11, 2025
14.1 C
Bhubaneswar

କାର ସହ ୪୦ କେ.ଜି ଗଞ୍ଜେଇ ଜବତ,ଜଣେ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଚାରିଛକ-ଫୁଲବାଣୀ ରାସ୍ତାର ଘୋଡାଡିଆଁ ନିକଟରୁ ଏକ ଗଞ୍ଜେଇ ବୋଝେଇ କାର ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ ବିଜୟ ଦିଗାଲ(୪୦)ଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟାରେ ଏକ ଇଣ୍ଡିଗୋ କାର ନମ୍ବର ଓଡି ୨୫-୩୬୬୩ ଯୋଗେ କନ୍ଧମାଳ ଜିଲ୍ଲାରୁ ବୌଦ୍ଧ ପଟକୁ ଚାରିଛକ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୁରୁଣାକଟକ ପୁଲିସ । ଖବରପରେ ସେଠାରେ ପୁଲିସ ନାଇଟ ପାଟ୍ରୋଲିଂ କରିଥିଲା । ସେହି ସମୟରେ ଘୋଡାଡିଆଁ ନିକଟରୁ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପୁଲିସ ଜବତ କରିଥିଲା । ଜବତ ଗାଡିରୁ ୪୦କେଜି ସହ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହି ଘଟଣାରେ ପୁରୁଣାକଟକ ପୁଲିସ ପକ୍ଷରୁ ୯୫/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବିଜୟ ଦିଗାଲକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବିଜୟର ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅର୍ନ୍ତଗତ ଡୁବୁରୀ ବୋଲି ପୁଲସ ସୂଚନା ଦେଇଛି ।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories