www.samajalive.in
Saturday, December 13, 2025
26.1 C
Bhubaneswar

ମହୁମାଛି ଆକ୍ରମଣରେ ଶିଶୁ ଓ ଅଙ୍ଗନୱାଡି କର୍ମୀ ଆହତ

କଲମପୁର: ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଅଙ୍ଗନୱାଡି କର୍ମୀଙ୍କ ସମେତ କିଛି ଶିଶୁ । ସେମାନଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଲମପୁର ବ୍ଲକ ଅଧିନସ୍ଥ ମୀନଗୁର ଗାଁରେ । ଆଜି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଥିବାରୁ ମୀନଗୁର ଅଙ୍ଗନୱାଡି କର୍ମୀ ପ୍ରେମଲତା ବାଣୁଆ ପ୍ରସ୍ତୁତି ହେଇ ନିଜ କେନ୍ଦ୍ରର କିଛି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରକୁ ଯାଇଥିଲେ । ଏହା ପୂର୍ବରୁ କେନ୍ଦ୍ର ପରିସରରେ ଶିଶୁ ମାନେ ମଧ୍ୟ ରହିଥିଲେ । ହଠାତ୍‌ ନିକଟରେ ଥିବା ଏକ ମହୁ ଫଣାରୁ କିଛି ମାଛି ଅଙ୍ଗନୱାଡି କେନ୍ଦ୍ର କୋଠା ଭିତରକୁ ପଶି ଆସି କିଛି ଶିଶୁଙ୍କୁ କାମୁଡିବା ସହ ଅଙ୍ଗନୱାଡି କର୍ମୀ ପ୍ରେମଲତାଙ୍କ ସମେତ ସହାୟିକା ହେମ ମାଝୀ ଓ ଭଇଁରୀ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହାସହ ଦାସିଗାଁର ଜଣେ ମହିଳା କୁନ୍ତଳା ପାଲ ନିଜ ଘର ପାଖରେ କିଛି କାମ କରୁଥିବା ବେଳେ ସେ ମଧ୍ୟ ମହୁ ମାଛି କାମୁଡାର ଶିକାର ହେଇ ଗୁରୁତର ହେଇ ପଡିଛିନ୍ତି । ତାଙ୍କୁ ମଧ୍ୟ କଲମପୁର ଗୋଷଅଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories