www.samajalive.in
Wednesday, December 10, 2025
26.1 C
Bhubaneswar

ବରଯାତ୍ରୀ ବସକୁ ୩ଲକ୍ଷ ୭୦ହଜାର ଫାଇନ

ସୁନ୍ଦରଗଡ: ଝାରଖଣ୍ଡର କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ଏକ ଘରୋଇ ବସ୍‌କୁ ଜରିମାନା ହୋଇଛି । ଯାଞ୍ଚ ସମୟରେ ସଠିକ୍‌ କାଗଜପତ୍ର ନଥିବାରୁ କ୍ରୀଷ୍ଣାଜୀ ନାମକ ଏକ ଘରୋଇ ବସ୍‌କୁ ୩ ଲକ୍ଷ ୭୦ ହଜାର ଟଙ୍କାର ଜରିମାନା କରିଛି ପରିବହନ ବିଭାଗ । ସୂଚନା ଅନୁସାରେ ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିଲେ । ସେହି ସମୟରେ ରାତି ପ୍ରାୟ ୧୧ଟା ବେଳେ ଦେବଗଡ଼ରୁ ଝାରଖଣ୍ଡ କୁର୍ଡେଗକୁ ବରଯାତ୍ରୀ ନେଇ ଫେରୁଥିଲା କ୍ରୀଷ୍ଣାଜୀ ନାମକ ଯାତ୍ରୀବାହୀ ବସ । ବସ୍‌ ନଂ ଓଡି ୨୮ ଏ ୨୫୨୬ ରହିଥିବା ବେଳେ ବସ୍‌ଟିକୁ ଅଟକାଇ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଇନସୁରାନ୍ସ, ଫିଟନେସ୍‌, ପଲ୍ୟୁସନ ଏବଂ ଟ୍ୟାକ୍ସ ନଥିବା ଜଣାପଡ଼ିଥିଲା । ଯାହାଦ୍ୱାରା ବସ୍‌ଟିକୁ ୩ ଲକ୍ଷ ୭୦ ହଜାର ୧୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories