www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ମ୍ବାରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟମେଳା, ୨୨୦ ଗୁରୁତର ରୋଗୀଙ୍କୁ ମାଗଣା ଚିକିତ୍ସା

ବଡ଼ମ୍ବା: ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ବଡ଼ମ୍ବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କର୍କଟ, ହୃଦରୋଗ, ବୃକକ୍‍, ଚକ୍ଷୁ, ମଧୂମେହ, ଉଚ୍ଚ ରକ୍ତଚାପ ତଥା କର୍ଣ୍ଣ, ନାଶା ଓ ଗଳା ରୋଗ ଆଦିର ପରୀକ୍ଷା ଏବଂ ଚିକିତ୍ସା ପରାମର୍ଶ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ୱାରା ମାଗଣାରେ ଏହି ଶିବିରରେ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ବିଶିଷ୍ଟ ଅତିଥିଭାବେ ଜିଲାପାଳ ଭବାନୀଶଙ୍କର ଚୟିନୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିବାବେ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର, ଆଠଗଡ଼଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ, ବଡ଼ମ୍ବା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ, ତହସିଲଦାର ତପନକୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ, ସଦସ୍ୟା ନୟନା ସାହୁ, ରାଜଶ୍ରୀ ବରାଳ ପ୍ରମୁଖ ଯୋଗ ଦେଇଥିଲେ। ସଚେତନ ଓ ସତର୍କତା ଅବଲମ୍ବନ ଦ୍ୱାରା ସ୍ୱାସ୍ଥ୍ୟ ହିଁ ସମ୍ପଦର ସୁରକ୍ଷା ହୋଇପାରିବ ବୋଲି ଅତିଥିମାନେ ଏହି ଅବସରରେ ମତପୋଷଣ କରିଥିଲେ।

- Advertisement -

ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ ପ୍ରଶାସନର ସହଯୋଗରେ ଆୟୋଜିତ ଏହି ଶିବିରକୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ,ଡାକ୍ତର ଉଦୟଜ୍ୟୋତି ମଲ୍ଲିକ,ଡାକ୍ତର ଉଦୟରଞ୍ଜନ ଦାଶ ପ୍ରମୁଖ ମିଳିତଭାବେ ପରିଚାଳନା ଓ ସଂଯୋଜନା କରିଥିଲେ। କଟକସ୍ଥିତ ସଦଗୁର ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ସ୍ମୃତିରଞ୍ଜନ, ମୃତ୍ୟୁଞ୍ଜୟ ଖୁଣ୍ଟିଆ, ସୌମ୍ୟରଞ୍ଜନ ମିଶ୍ର, ଦେବଶୀଷ ନାୟକ ପ୍ରମୁଖ ବ୍ଲକସ୍ତରରେ ଅନୁଷ୍ଠିତ ପ୍ରାକ୍‍ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚରୁ ଚିହ୍ନଟ ହୋଇଥିବା ୨୨୦ଜଣ ବିଭିନ୍ନ ଗୁରୁତର ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିବା ପ୍ରକାଶ। କାର୍ଯ୍ୟକ୍ରମ ଅବସରରେ ସଦଗୁରୁ ଚିକିତ୍ସାଳୟର ନିର୍ଦେଶକ ରାହୁଲ ପ୍ରତ୍ୟୁଷ ମହାନ୍ତିଙ୍କ ସମେତ ସମସ୍ତ ଚିକିତ୍ସକଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେପରେ ଅତିଥିମାନେ ଶିବିର ପରିଦର୍ଶନ କରିଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories