www.samajalive.in
Sunday, December 14, 2025
26.1 C
Bhubaneswar

ଶୋଇବା ଘରୁ ୫ଫୁଟର ନାଗସାପ ଉଦ୍ଧାର

ଆଠଗଡ – ଆଠଗଡ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଗ୍ରାମର କଣ୍ଡୁରୀ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ଏକ ୫ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି । ଶ୍ରୀ ଜେନାଙ୍କ ପତ୍ନୀ ଶୋଇବା କକ୍ଷରେ ନାଗସାପର ଗର୍ଜନ ଶୁଣି ତାକୁ ଦେଖିବା ମାତ୍ରେ ଭୟରେ ଖଟ ଉପରକୁ ଚଢିଯାଇ ଚିକ୍ରାର କରି ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକ ଆଠଗଡର ସାପଧରାଳି ତଥା ସ୍ନେକ ହେଲ୍ପଲାଇନର ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କୁ ଡାକିଥିଲେ ।

ସୁଶାନ୍ତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ଜେନାଙ୍କ ଶୋଇବା କକ୍ଷରୁ ସାପଟିକୁ ଉଦ୍ଧାର କରି ବନବିଭାଗର ପରାମର୍ଶକ୍ରମେ ନିକଟବର୍ତ୍ତୀ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories