www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାରରେ ଜାନକୀ ବାବୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଚୌଦ୍ୱାର: ଚୌଦ୍ୱାର ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ ତରଫରୁ ମହାନ୍‍ ଜନନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ,ବିଶିଷ୍ଟ ସାହିତ୍ୟ ସାଧକ, ପ୍ରଜ୍ଞା ପୁରୁଷ ଜାନକୀ ବାବୁଙ୍କ ସପ୍ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇ ଯାଇଛି। ସଂସଦ ସଭାପତି ୍‍ତଥା ହିନ୍ଦ୍‍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଶିଶୁସଦନ ପରିସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା, ରୋଟାରିଆନ୍‍ ଶରତ କୁମାର ଖୁଣ୍ଟିଆ, ଉପ ନଗରପାଳ ଶୁଭେନ୍ଦୁ ସାମଲ, ବିଜେଡ଼ି ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ଚୌଦ୍ୱାର ସାହିତ୍ୟ ସଂସଦ ସଭାପତି ବିଶ୍ୱ କଲ୍ୟାଣ ଦାସ, କମ୍ୟୁନିଷ୍ଟ ନେତା ଶରତ ଚନ୍ଦ୍ର ନାୟକ, ପୁରୁଖା କଂଗ୍ରେସ ନେତା ଧୀରେନ୍ଦ୍ର ଚୌଧୁରୀ ପ୍ରମୁଖ ଜାନକୀ ବାବୁଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରି ଓଡ଼ିଶାର ସର୍ବଙ୍ଗୀନ ବିକାଶରେ ଜାନକୀ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ସ୍ୱାଇଁ, ମୋନାଲିସା ଦାସ, ଶିକ୍ଷାବିତ୍‍ ଶିବ ପ୍ରସାଦ ପତି, ରବୀନ୍ଦ୍ର କୁମାର ସାହୁ, ବୈରାଗୀ ଚରଣ ପ୍ରଧାନ, କାଉନସିଲର ବିଜୟ କୁମାର ମଲ୍ଲିକ, ପ୍ରଶାନ୍ତ କୁମାର ହୋତା, ଚୌଦ୍ୱାର ସାହିତ୍ୟ ସଂସଦ ସମ୍ପାଦକ ଦିବ୍ୟଜ୍ୟୋତି ପାଣିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜାନକୀବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମୃତି ସଂସଦ ସମ୍ପାଦକ ଆଡ଼ଭୋକେଟ କୈଳାସ ଚନ୍ଦ୍ର ସାହାଣୀ ସ୍ୱାଗତ ଭାଷଣ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରରମ୍ଭରେ ଶିଶୁସଦନ ଅନ୍ତେବାସୀଙ୍କ ସ୍ୱାରା ସମୁହ ବେଦ ଆବୃତ୍ତି ଓ ଉତ୍କଳ ସଂଗୀତ ଗାନ କରାଯାଇଥିଲା। କବି ପଞ୍ଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories