www.samajalive.in
Sunday, December 14, 2025
26.1 C
Bhubaneswar

ଏମ୍ସ ଭୁବନେଶ୍ୱରର ବରିଷ୍ଠ ପ୍ରସୂତୀ ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂ’ଙ୍କୁ ମିଳିଲା ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର

ଭୁବନେଶ୍ୱର, : ଏମ୍ସ ଭୁବନେଶ୍ୱର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ଶ୍ଵେତା ସିଂ’ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି।

ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ ଏବଂ ସ୍ତ୍ରୀ ରୋଗ ସୋସାଇଟି ଅଫ୍ ଇଣ୍ଡିଆ (ଫୋଗସି) ପକ୍ଷରୁ ନିକଟରେ ଇନ୍ଦୋରରେ ଆୟୋଜିତ ହୋଇଥିବା ପ୍ରସୂତି ଏବଂ ସ୍ତ୍ରୀ ରୋଗ ସର୍ବଭାରତୀୟ ସମ୍ମିଳନୀ-୨୦୨୨ରେ ଡ. ସିଂ’ଙ୍କୁ ୨୦୨୦ ବର୍ଷ ପାଇଁ ବରିଷ୍ଠ ବର୍ଗରେ “ଶ୍ରେଷ୍ଠ ଅନୁସନ୍ଧାନ” ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡ. ସିଂଙ୍କ ଅନୁସନ୍ଧାନ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ ତଥା ଏନେଇ ରହିଥିବା ଅନ୍ୟାନ୍ୟ ଜଟିଳତା ସନ୍ଦର୍ଭରେ ଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୧୦ ପ୍ରତିଶତ ପ୍ରସୂତୀଙ୍କ ନିକଟରେ ଏହି ଜଟିଳତା ପରିଲକ୍ଷିତ ହୋଇଥାଏ।

- Advertisement -

ଏନେଇ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ, ମେଡିକାଲ ଅଧୀକ୍ଷକ ଡ. ଏସ ଏନ୍ ମହାନ୍ତି ଡ. ସିଂଙ୍କୁ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଏହା ଅନ୍ୟମାନଙ୍କୁ ସମାଜର କଲ୍ୟାଣ ପାଇଁ ଅଧିକ ଗବେଷଣା କରିବାକୁ ଉତ୍ସାହିତ କରିବବୋଲି ଉଭୟ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପୁରସ୍କାର ହେଉଛି ଫୋଗସିର ସର୍ବୋଚ୍ଚ ପୁରସ୍କାର। ଏଥିପାଇଁ ପ୍ରାପକଙ୍କୁ ଏକ ସୁନାରେ ନିର୍ମିତ ପ୍ଲେକ୍ ସହିତ ପ୍ରମାଣପତ୍ର ଏବଂ ନଗଦ ୭୫ହଜାର ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories