www.samajalive.in
Wednesday, December 10, 2025
16.1 C
Bhubaneswar

କୃଷିର ବିକାଶ ଦିଗରେ ଅଧିକ ସହାୟତା ଯୋଗାଇ ଦିଆଯିବ: କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ

ନବରଙ୍ଗପୁର: ଛୋଟ ଓ ମଧ୍ୟମ ଧରଣର ଚାଷୀମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋଭା କରଣ୍ଡେଲଜି ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବଡକୁମାରୀ ଗ୍ରାମରେ କେନ୍ଦ୍ରୀୟ ମଧୁର ଜଳ ଜୀବ ପରିଚାଳନା ସଂସ୍ଥାନ ସହାୟତାରେ ଅବସ୍ଥିତ ମାଛ ଜାଆଁଳ କେନ୍ଦ୍ର ପରିଦର୍ଶନ ସମୟରେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ମହିଳାମାନଙ୍କୁ ଅଧିକରୁ ଅଧିକ ସାମିଲ କରିପାରିଲେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି କହିଥିଲେ । ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ଜରିଆରେ ଦେଶର ୧୨ଟି ଗବେଷଣା ସଂସ୍ଥାନ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦେଶର କୃଷି ବିକାଶ ପ୍ରକଳ୍ପକୁ କୃଷି ଅନୁସନ୍ଧାନ ସଂସ୍ଥାନ ଜରିଆରେ ଅଧିକ ଲୋକମାନଙ୍କୁ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ଉମରକୋଟ ବିଡିଓ ହିମାଦ୍ରି ମାଝୀ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋଭା କର​‌ଣ୍ଡେଲଜି ସୁଜିତ୍ ଦାସଙ୍କ ମୁକ୍ତା ଚାଷ, ମାଛ ଜାଲ ତିଆରି, ଡଙ୍ଗା ତିଆରି, ବତକ ପାଳନ ଓ ମାଛ ଚାଷରେ ହେଉଥିବା ଲାଭ ସମ୍ପର୍କରେ ପଚାରି ବୁଝିଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories