www.samajalive.in
Sunday, December 14, 2025
26.1 C
Bhubaneswar

ଉଲ୍ଲେଖନୀୟ ସଫଳତା ପାଇଁ ଫୁଲବାଣୀ ଆଇଟିଡିଏ ପୁରସ୍କୃତ

ଫୁଲବାଣୀ : ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଫୁଲବାଣୀ ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥା ପୁରସ୍କୃତ ହୋଇଛି। ଭୂବନେଶ୍ୱର କୃଷି ଭବନଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ଉତ୍ସବରେ ଫୁଲବାଣୀ ଆଇଟିଡିଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ ଲାଗୁ ହୋଇଥିବା ଉଚ୍ଚାକାଂକ୍ଷୀ ଯୋଜନା ଜଙ୍ଗଲ ଜମି ଅଧିକାର ଆଇନ, ସେମାନଙ୍କ ଜୀବନ ଶୈଳୀର ମାନ ବୃଦ୍ଧି ପାଇଁ ଚାଲିଥିବା ଜୀବିକା ମିଶନ ଓ ଅନ୍ୟାନ୍ୟ ଯୋଜାନକୁ ଫୁଲବାଣୀ ଆଇଟିଡିଏ ସ୍ଥାନୀୟ ଅଂଚଳରେ ସଠିକ ଭାବେ ଲାଗୁ ସହିତ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାଶ ପ୍ରକାଶ କରିଛନ୍ତି। ଆୟୋଜିତ ସମାରୋହରେ ଅନୂସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ପ୍ରମୂଖ ସଚିବ ରଂଜନା ଚୋପ୍ରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାଶଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଫୁଲବାଣୀ ଆଇଟିଡିଏର କାର୍ଯ୍ୟଶୈଳୀକୁ ସେ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ନିଦ୍ଦେର୍ଶକ ତାପସ ପୁନମ ଗୁହା, କୃଷି ବିଭାଗ ସ୍ୱତନ୍ତ୍ର ସଚିବ ସଂଜୀବ ଚଢା ପ୍ରମୂଖ ଯୋଗ ଦେଇ ସରକାରୀ ଯୋଜନାର ସୁଫଳ ଆଦିବାସୀ ଓ ସମାଜର ପଛୁଆ ବର୍ଗଙ୍କ ନିକଟରେ ସଠିକ ଭାବେ ପହଂଚାଇବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, କନ୍ଧମାଳ ଜିଲା ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ କରିବାରେ ରାଜ୍ୟରେ ପ୍ରଥମ ତଥା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଜିଲାର ୫୦ ହଜାରରୁ ଅଧିକ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏ ନେଇ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମଧ୍ୟ ଫୁଲବାଣୀ ଆଇଟିଡିଏ ଅନ୍ୟ ମାନଙ୍କଠାରୁ ଆଗରେ ରହିଛି। ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାଶ ଏହି ପୁରସ୍କାରର ଶ୍ରେୟ ବିଭାଗୀୟ କର୍ମଚାରୀଙ୍କୁ ଦେଇଥିବା ବେଳେ ଏହା ସେମାନଙ୍କର ମନୋବଳ ବଢାଇବାରେ ସହାୟକ ହେବ ବୋଲି ମତ ରଖିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories