www.samajalive.in
Thursday, December 11, 2025
16.1 C
Bhubaneswar

ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ମିଶିକି ପିଟିଲେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକ

ଡେହରାଡୁନ୍‌- ଦ୍ୱିତୀୟ ବିବାହ କରୁଥିବା ବଳେ ଯୁବକ ହଟହଟା । ମିଶିକି ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକେ ପିଟିଛନ୍ତି । ଉତ୍ତରାଖଣ୍ଡ ଉଦାମ ସିଂ ନଗର ଗଦରପୁରରେ ଜଣେ ଯୁବକଙ୍କର ବିବାହ ଉତ୍ସବ ଚାଲିଥିଲା । ସେ ବର ବେଶରେ ଏକ ମଣ୍ଡପରେ ବିବାହ କରିବା ପାଇଁ ପହଞ୍ଚିଥିଲେ । ବରପକ୍ଷଙ୍କୁ ଚର୍ଚ୍ଚା ବି ଆରମ୍ଭ ହୋଇଥିଲା , ଏତିକି ବେଳେ ସେଠାରେ ଜଣେ ମହିଳା ପହଞ୍ଚି ବରକୁ ଚପଲରେ ପିଟିଥିଲେ ।

ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ପତ୍ନୀଙ୍କ ଘର ଲୋକ ପହଞ୍ଚି ଏହା ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିବା ବେଳକୁ ଯୁବକ ଜଣଙ୍କ ବିବାହିତ ବୋଲି ଜଣାପଡିଥିଲା । ଏହାପରେ ସେମାନେ ନିର୍ଘାତ ମାଡ ମାରିବା ଆରମ୍ଭ କରି ଦୋଇଥିଲେ । ବରପକ୍ଷ ଲୋକ ମାଡ ବର୍ଷା ଦେଖି ସେହି ସ୍ଥାନରୁ ପଳାଇଥିଲେ ।

- Advertisement -

ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବରକୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା । ବର ପ୍ରଥମେ ୨୦୨୧ ମସିହାରେ ବିବାହ କରିଥିଲା । ପରେ ଅଶାନ୍ତି ହେବାରୁ ପ୍ରଥମ ପତ୍ନୀ ବାପ ଘରକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ଅନ୍ୟତ୍ର ବିବାହ କରୁଥିଲେ । ଖବର ପାଇଁ ପ୍ରଥମ ପତ୍ନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପାନେ ଦେଇଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories