ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଢେଙ୍କାନାଳ: ଜିଲା ମୁଖ୍ୟ ଚିକିତ୍ସାଳୟ ପଞ୍ଚମ ମହାଲରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଏଯାବତ୍ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ପଞ୍ଚମ ମହଲାରେ ଚାଲିଥିବା କ୍ୟାଣ୍ଟିନରେ ପ୍ରଥମେ ନିଆଁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ପରେ ଚିକତ୍ସାଳୟରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡିଛନ୍ତି ।