www.samajalive.in
Monday, December 8, 2025
24.1 C
Bhubaneswar

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଶିକ୍ଷା ବିଭାଗ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୨ଟି ପ୍ରକଳ୍ପ ଭାଗ ନେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗଣିତ, ବିଜ୍ଞାନ ଓ ପରିବେଶ ବିଷୟ ନେଇ ନିଜ ନିଜ ଜ୍ଞାନ କୌଶଳର ପ୍ରକଳ୍ପ ତିଆରି କରି ମେଳାରେ ପଦର୍ଶନୀ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ବାର୍ଲି ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ ।ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରି ,ବିଜୟ କୁମାର ସେଠୀ  ଉପସ୍ଥିତ ରହିଥିଲେ । ଏହି ମେଳାରେ ସରିତା କର ,ପ୍ରଦୀପ କୁମାର ଦଳେଇ ଓ ଦୀପକ ବେହେରା ତିନିଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ରହି ଥିଲେ । ଏହି ୬୨ଟି ପ୍ରକଳ୍ପ ମଧ୍ୟରୁ ୫ ଟି ପ୍ରକଳ୍ପ ନାରାୟଣପୁର ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରତିମା ପ୍ରାସ୍କା, ଓଡିଶା ଆଦର୍ଶ ବିଦ୍ୟାଳୟର ୩ ଜଣ ଅଷ୍ଟମ ଶ୍ରେଣୀର ଅଂଶୁମାନ ପାଳ, ନବମ ଶ୍ରେଣୀର ଶୁଭମ ମହାରଣା, ଦଶମ ଶ୍ରେଣୀର ହୀମେଶ ଶବର ଓ ମାଝୀଗୁଡା ଉର୍ଣ୍ଣତି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଅଳକା ମାନସଙ୍କୁ ଚୟନ କରାଯାଇଛି ।  ଏହି ୫ଟି ପ୍ରକଳ୍ପ ଚଳିତ ମାସ ୨୭ ତାରିଖରେ ଜିଲା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲାସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ ବୋଲି ଜଣାପଡିଛି ।ଏହି  ବିଜ୍ଞାନ ମେଳାକୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories