www.samajalive.in
Thursday, December 11, 2025
16.1 C
Bhubaneswar

ଲଖିମପୁର ଖେରୀ ହିଂସା ମାମଲା; ପୁଣି ଜେଲ ଯିବେ ଆଶିଷ ମିଶ୍ର !

ଲଖନଉ: ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ଲଖିମପୁର ଖେରୀ ହିଂସା ମାମଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ପୁଣି ଏକ ଝଟକା ଲାଗିଛି । ସୁପ୍ରମିକୋର୍ଟ ଆଶିଷଙ୍କ ଜାମିନ ରଦ୍ଦ କରିଥିବା ବେଳେ ପୁଣି ଥରେ ସେ ଜେଲ ଯିବେ ବୋଲି ସ୍ପଷ୍ଟ ହୋଇଛି । ଗୋଟିଏ ସପ୍ତାହ ମଧ୍ୟରେ ସୁପ୍ରମକୋର୍ଟ କୋର୍ଟରେ ହାଜର ହେବାକୁ ଆଶିଷଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ବେଞ୍ଚ୍ ଏହି ମାମଲାର ଶୁଣାଣି କରି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ଘଟଣାରେ ଆଶିଷ ମିଶ୍ରଙ୍କୁ ଆଲ୍ଲହାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ହେଲେ ଲଖିମପୁର ହିଂସାକାଣ୍ଡରେ ପୀଡ଼ିତ ହୋଇଥିବା ପରିବାର ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟ ପୀଡ଼ିତଙ୍କ ପରିବାର ସପକ୍ଷରେ ରାୟ ପ୍ରଦାନ କରିଛନ୍ତି । ଯାହା ଫଳରେ ପୁଣିଥରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜେଲ ଯିବାକୁ ପଡ଼ିବ ।

 

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories