www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରତିଶୋଧ ପାଇଁ ମା’ ପୁଅକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଢେଙ୍କାନାଳ: ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗାଁରେ ଗୁଳିମାଡ଼ ଘଟଣା । ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇଛନ୍ତି ମୃତକଙ୍କ ପରିବାର । ଗୁଡ଼ିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତର ସ୍ତ୍ରୀ ଓ ୮ ବର୍ଷର ଶିଶୁକୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୋଡ଼ାଇ ଗୋଡ଼ାଇ ମା’ ଓ ଶିଶୁପୁତ୍ରକୁ ମୃତକଙ୍କ ପରିବାର ହାଣିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ପରିବାର ଗାଁ ଛାଡ଼ି ଚାଲିଯାଉଥିବା ସମୟରେ ମୃତକଙ୍କ ପରିବାର ପକ୍ଷରୁ ଆକ୍ରମଣ କରାଯାଇଥିବା କୁହାଯାଇଛି । ଆକ୍ରମଣରେ ମା’ ଓ ୩ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳ ୭ଟା ସମୟରେ ପୂର୍ବ ଶତ୍ରୁତା କାରଣରୁ କନ୍ଧପାଳ ଗାଁରେ ଗୁଳିମାଡ଼ ହୋଇଥିଲା । ଗୁଳିମାଡରେ ୫୬ବର୍ଷିୟ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଦଳେଇଙ୍କ ଛାତି ଓ ବାମପଟ ହାତରେ ୬ ରୁ ୭ ରାଉଣ୍ଡ ଗୁଳି ବାଜିଥିବା ଅନୁମାନ କରାଯାଉଛି ।

 

- Advertisement -

 

 

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories