www.samajalive.in
Sunday, December 14, 2025
26.1 C
Bhubaneswar

ଦେଓମାଳି ହେବ ପର୍ଯ୍ୟଟନ ହବ୍‌

ପଟାଙ୍ଗି : କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଗସ୍ତ କରିଛନ୍ତି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ସ୍ଥିତି ପରଖିଛନ୍ତି। ସ୍ବୟଂସହାୟକ ଗୋଷ୍ଠୀକୁ ଭେଟି ସେମାନଙ୍କର ରୋଜଗାରକ୍ଷମ ସମ୍ପର୍କରେ ଆଲୋଚନା କରିଛନ୍ତି। କୋଟିଆ ଗସ୍ତ ଅବସରରେ ସେ ପ୍ରଥମେ ରାଜ୍ୟର ଉଚ୍ଚତମ ପାହାଡ ଦେଓମାଳି ପର୍ଯ୍ୟଟନସ୍ଥଳୀ ଗସ୍ତ କରିଥିଲେ। ପ୍ରବେଶ ପଥରେ ଏକ ଫାଟକ ରହିଛି। ଫାଟକ ଦାୟିତ୍ବରେ ଥିବା ସ୍ବୟଂସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ। ଦେଓମାଳିର ଉନ୍ନତୀକରଣ କରାଯିବା ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ଆପଣମାନଙ୍କ ସହ ଆଖପାଖ ଅଞ୍ଚଳରେ ବିକାଶରେ ସହାୟକ ହୋଇପାରିବ ବୋଲି ଫାଟକ ପରିଚାଳନା କରୁଥିବା ସାଲେମ ସ୍ବୟଂ ସହାୟକ ଗୋଷ୍ଠୀକୁ ବୁଝାଇଥିଲେ। ଦେଓମାଳି ପାହାଡ ରାଜ୍ୟର ବେଶ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି। ଜଙ୍ଗଲ ବିଭାଗ ସହ ଆଲୋଚନା କରି ପର୍ଯ୍ୟଟକଙ୍କ ପାଇଁ ଉନ୍ନତ କଟେଜ୍‌ ନିର୍ମାଣ କରାଯିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ବ୍ୟବସ୍ଥା କରାଯିବ। ସେ ସବୁର ରକ୍ଷଣାବେକ୍ଷଣ ସ୍ଥାନୀୟ ଗ୍ରାମବାସୀ କରିବେ ଓ ତାର ଲାଭାଂଶର ହକଦାର ହେବେ। ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ଏଥିପାଇଁ ସ୍ଥାନ ନିରୂପଣ କରାଯାଇଛି। ଜିଲା ପ୍ରଶାସନର ସହାୟତାରେ କାର୍ଯ୍ୟ ସମ୍ପାଦନା ପାଇଁ ନିର୍ଦେଶ ଦେଇଛନ୍ତି। କୋଟିଆ ପଞ୍ଚାୟତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆରମ୍ଭ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଠା ପରିଦର୍ଶନ କରି ଜିଲା ଶିକ୍ଷା ଅଧିକାରୀଙ୍କ ରାମଚନ୍ଦ୍ର ନାହାକ ଓ ପଟାଙ୍ଗି ଓଏଭି ପ୍ରିନ୍ସପାଲ ଗାୟତ୍ରୀ ପଣ୍ଡାଙ୍କ ସହ ଚଳିତ ବର୍ଷରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା କରିଥିଲେ। କୋଟିଆର ନୂତନ ଡାକ୍ତରଖାନା, ଥାନା, କୋଠା ପରିଦର୍ଶନ ପରେ ଜାନିଗୁଡା ପ୍ରଦର୍ଶନୀ ମେଳାରେ ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ଦ୍ବାରା ଉତ୍ପାଦିତ ଷ୍ଟ୍ରବେରୀ, ହଳଦୀ, ଅଦା ଆଦି ଚାଷର ଲାଭ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଅନ୍ୟପଟେ ଚାଷୀଙ୍କ ଉତ୍ପାଦିତ ଫଳ ପନିପରିବା, ଅଦା ଆଦି ସାମଗ୍ରୀର ସଂରକ୍ଷଣ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ବିକ୍ରିବଟାର ସୁବିଧା କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ପରେ ଶ୍ରୀ ମହାପାତ୍ର କୋଟିଆ ଗ୍ରାମପୁଞ୍ଜର ମାଡକାର ପୋଲ ନିର୍ମାଣ କାର୍ଯ୍ୟ ଦେଖି ଫାଟୁସିନେରୀ, ଫଗୁଣସିନେରୀ ହୋଇ ନାରାୟଣପାଟଣା, ବନ୍ଧୁଗଁା ବ୍ଲକ ପ୍ରଦର୍ଶନରେ ଯାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories