www.samajalive.in
Thursday, December 11, 2025
16.1 C
Bhubaneswar

ଦୁଇଦିନିଆ ନେପାଳ ଗସ୍ତରେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଦୁଇଦିନିଆ ନେପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଗସ୍ତ କରିଛନ୍ତି। ଶ୍ରୀ ପ୍ରଧାନ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି, କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଈଶ୍ୱର ପୋଖରେଲ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ପେଟ୍ରୋଲିୟମ ଉତ୍ପାଦ, ପାଇପଲାଇନ ଓ ନେପାଳରେ କାମ ଚାଲିଥିବା ଅନ୍ୟ ତୈଳ ଓ ଗ୍ୟାସ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ ନେପାଳର ସ୍ୱରାଷ୍ଟ୍ର ମନ୍ତ୍ରୀ ରାମ ବାହାଦୁର ଥାପ୍ପା ଓ ତୈଳମନ୍ତ୍ରୀ ମାତ୍ରିକା ପ୍ରସାଦ ଯାଦବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ନେପାଳର ଆମଲେକଗଞ୍ଜ ପର୍ଯ୍ୟନ୍ତ ବିହାରର ମୋତିହାରୀଠାରୁ ପେଟ୍ରୋଲ,ଡିଜେଲ ଓ ଏଟି୍‍ଏଫ ପାଇପଲାଇନର କାମ ଶୀଘ୍ର ଶେଷ କରିବା ନେଇ ଉଭୟ ପକ୍ଷଙ୍କ ସହମତି ହୋଇଛି। ଭାରତରୁ ନେପାଳ ମଧ୍ୟରେ ଏଲ୍‍ପିଜି ପାଇପଲାଇନ ଓ ଫର୍ଟିଲାଇଜର ପ୍ଲାଣ୍ଟ ପାଇଁ ନ୍ୟାଚୁରାଲ ଗ୍ୟାସ୍‍ ପାଇପଲାଇନ ବିଛାଇବା ପାଇଁ ସମ୍ଭାବନା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ଗୁଡିକରେ ଆଇଓସି ଓ ନେପାଳ ଅଏଲ କର୍ପୋରେସନ ମିଶି କାର୍ଯ୍ୟ କରିବେ। ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଗିରିରାଜ ମଣି ପୋଖରେଲଙ୍କ ସହ ଆଲୋଚନା କରି ଦକ୍ଷତା ବିକାଶ ଓ ଉଦ୍ୟମିତା କ୍ଷେତ୍ରରେ ସହଯୋଗ ଲୋଡିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories