www.samajalive.in
Thursday, December 11, 2025
15.1 C
Bhubaneswar

କୌଶଳ ବିକାଶ ଦ୍ୱାରା ରୋଜଗାରକ୍ଷମ ହେବେ ୭୫ ଲକ୍ଷ ଯୁବକ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ ଇଂଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସହ ସ୍କିଲ ସହ ଜଡିତ ତିନୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ୧୫ ବର୍ଷରୁ ୨୫ ବର୍ଷ ବୟସର ୭୫ ଲକ୍ଷ ପିଲାମାନଙ୍କୁ ସ୍କିଲ୍‍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ ବୋଲି ପରାମର୍ଶ ଦେଇଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ଅନେକ ପିଲା ବାହାର ଦେଶ ବିଶେଷ ଭାବରେ ଉପସାଗରୀୟ ଦେଶକୁ କାମ କରିବାକୁ ଯାଉଛନ୍ତି। ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ସେମାନେ ବାହାରେ ସାମାଜିକ ସୁରକ୍ଷା ପାଉ ନାହାନ୍ତି ଏବଂ ଅନେକ କଷ୍ଟର ସମ୍ମୁଖୀନ ହେଉଛି। ଭାରତବର୍ଷରେ ଏହି ବର୍ଗର ପିଲାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ। ଦେଶରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ୨୫ କୋଟି ଓ ଓଡ଼ିଶାରେ ୭୫ ଲକ୍ଷ। ଏହି ଯୁବ ବର୍ଗର ପିଲାଙ୍କୁ ସ୍କିଲ, ଜ୍ଞାନ ଏବଂ ରୋଜଗାର ସହ ଯୋଡ଼ିବାକୁ ପଡ଼ିବ। ଯାହା ଦ୍ୱାରା ଓଡ଼ିଶା ଏବଂ ଭାରତ ବିକାଶର ଅଗ୍ରଭାଗରେ ରହିବ।

- Advertisement -

ଏହି କ୍ରମରେ ସ୍କିଲ୍‍ ସହ ଜଡିତ ଓଡିଆ ପିଲାମାନଙ୍କୁ ଦକ୍ଷା ଓ ବିଦେଶରେ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର, ୱାର୍ଲଡ ସ୍କିଲ୍ସ ଏକାଡ଼େମୀ, ନ୍ୟାସନାଲ ଏକାଡ଼େମୀ ଫର୍‍ ସ୍କିଲ୍‍ ଟିଚରର ଶୁଭାରମ୍ଭ ହୋଇଯାଇଛି। ଏହାସହ ଏନଏସଡିସି ଇଂଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍‍ ଏମ୍ପଲୟରଙ୍କ ମଧ୍ୟରେ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏ ଦିଗରେ ଏନଏସଡ଼ିସି ୟୁଏଇ, ସାଉଦି ଆରବ, ବାହାରିନ ଭଳି ଉପସାଗରୀୟ ଦେଶ ସମେତ ବିଭିନ୍ନ ଦେଶର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବ। ବିଦେଶରେ ଥିବା ବ୍ୟବସାୟିକ ହାଉସ ଏବଂ ଅନ୍ୟ କମ୍ପାନୀଙ୍କ ସହ ମିଶି ଦକ୍ଷ ମାନବ ସମ୍ବଳ ପଠାଯିବ। ବିଦେଶ ମନ୍ତ୍ରଣାଳୟର ମଧ୍ୟ ଏଥିପାଇଁ ଦାୟିତ୍ୱ ରହିଛି। ଏ ଦୃଷ୍ଟିରୁ ଓଡ଼ିଆ ପିଲାମାନେ ଆବଶ୍ୟକତା ଅନୁସାରେ ଦକ୍ଷ ହୋଇଗଲେ ତାଙ୍କର ରୋଜଗାର ଓ ସାମାଜିକ ସୁରକ୍ଷା ବଢ଼ିବ।

ଆଜି ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକ ଯୁବକଙ୍କୁ ବିଦେଶରେ ନିଯୁକ୍ତି ଦେବା ସହ ଆଗାମୀ ଦିନରେ ନିଯୁକ୍ତି ଏବଂ ବୈଶ୍ୱିକ ଆହ୍ୱାନକୁ ସାମ୍ନା କରୁଥିବା ବିଶ୍ୱସ୍ତରୀୟ ମାନବସମ୍ବଳ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପ୍ରାକୃତିକ ସମ୍ପଦ ସହ ପ୍ରତିଭାବାନ ମାନବ ସମ୍ବଳରେ ପରିପୂର୍ଣ୍ଣ। ଏହାକୁ ସମନ୍ୱିତ କରାଗଲେ ରାଜ୍ୟରେ ମୁଣ୍ଡ ପିଛା ଆର୍ଥିକ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଏକ ବୃହତ ଜନସଂଖ୍ୟାକୁ ସ୍ୱାଭିମାନ ଜୀବନଯାପନକୁ ସୁନିଶ୍ଚିତ କରିବ ଓ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବ। ଏସଡ଼ିଆଇ ଗୁଣାତ୍ମକ ଦକ୍ଷତା ବିକାଶକୁ ଗୁରୁତ୍ୱଦେଇ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ କାର୍ଯ୍ୟ କରିବା ଆବଶ୍ୟକ। ଏମ୍ସ, ଆଇଆଇଟି ଭୁବନେଶ୍ୱର, ଆଇସଟି-ଆଇଓସିଏଲ, ସିପେଟ୍‍, ଆଇଜର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଏବଂ ରୋଜଗାରରେ ଥିବା ଚ୍ୟାଲେଞ୍ଜକୁ ପୂରଣ କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍‍।

ଜାତୀୟ ଶିକ୍ଷା ନୀତି ଯୁବପିଢ଼ିଙ୍କ ଆକାଂକ୍ଷାକୁ ବାସ୍ତବ ରୂପ ଦେବାରେ ମାର୍ଗଦର୍ଶକ ହୋଇଛି। ଆଗାମୀ ଦଶନ୍ଧିରେ ଆମ ସମସ୍ତଙ୍କୁ ମିଳିତ ଭାବରେ ଜ୍ଞାନ, ଦକ୍ଷତା ଏବଂ ରୋଜଗାରକୁ ଏକାଠୀ କରି ଆଗକୁ ବଢ଼ିବାକୁ ହେବ। ଆଗାମୀ ଦିନରେ ଓଡ଼ିଶା ସ୍କିଲ ଏବଂ ଉଚ୍ଚକୋଟୀର ମାନବସମ୍ବଳ ଭାବରେ ଖ୍ୟାତି ପାଇବ। ଓଡ଼ିଶା ଏବଂ ପୂର୍ବ ଭାରତକୁ ସ୍କିଲ ହବ୍‍ ଭାବରେ ପରିଣତ କରିବାରେ ଏସଡ଼ିଆଇ ଭୁବନେଶ୍ୱର, କେନ୍ଦ୍ର ଏବଂ ଓଡ଼ିଶା ସରକାରର ମିଳିତ ପ୍ରୟାସର ଉଦାହରଣ। ରାଜ୍ୟର ମେରୁଦଣ୍ଡ କୃଷି କ୍ଷେତ୍ରରେ ଲାଭ ବାହାର ଖୋଜିବା ପାଇଁ ରାସ୍ତା ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଏସଡିଆଇ କ୍ୟାମ୍ପସ ପରିସରରେ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ଏସଡିଆଇକୁ ପ୍ରସ୍ତାବ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସ୍କିଲ ଡେଭଲପମେଂଟ ଅଥୋରିଟିର ଚେୟାରମ୍ୟାନ ସୁବ୍ରତ ବାଗଚି, ରାଜ୍ୟ ସରକାର ସ୍କିଲ ଡେଭଲପମେଂଟ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏସଡ଼ିଆଇ ଭୁବନେଶ୍ୱରର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର, ଏନଏସଡ଼ିସିର ସିଇଓ ବେଦମଣି ତିୱାରୀ, ଏସଡ଼ିଆଇ, ଭୁବନେଶ୍ୱରର ସିଇଓ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories