ଡାକ୍ତରଖାନାରେ ଆହତ ଯବାନଙ୍କ ଦମ୍ଭୋକ୍ତି; ମୁଁ ମାରିବି ଆତଙ୍କବାଦୀଙ୍କୁ.. ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଳୀ: ଡାକ୍ତରଖାନା ଶଯ୍ୟାରେ ଦମ୍ଭ ଦେଖାଇଲେ ଆହତ ଯବାନ । ନିଜର ଆହତ ସତ୍ତ୍ବେ ବି ଡାକ୍ତରଖାନାର ଶଯ୍ୟାରେ ଆତଙ୍କବାଦୀଙ୍କୁ ଜବାବ ଦିଆଯିବା ନେଇ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭାଇରାଲ ହେଉଥିବା ଏକ ଛୋଟିଆ ଭିଡିଓରେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ଜଣେ ଆହତ ସୁରକ୍ଷାକର୍ମୀ ଦେଖିବାକୁ ମିଳୁଛନ୍ତି ।
ଭିଡିଓଟିରେ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ଆହତ ଥିବା ଯବାନ ନିରଞ୍ଜନ କିଛି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି । ନିଜର ସ୍ୱାସ୍ଥ୍ୟାବସ୍ଥା ଖରାପଥିବା କାରଣରୁ ତାଙ୍କ କଥା ସ୍ପଷ୍ଟ ହେଉନଥିବା ମଧ୍ୟ ଦେଖିବାକୁ ମିଳୁଛି । ଆହତ ଯବାନ ଜଣକ କହୁଛନ୍ତି ମୁଁ ଠିକ୍ ଅଛି । ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ । ତାଙ୍କୁ ମୁଁ ମାରିବି । ମତେ ବହୁତ ରାଗ ଆସୁଛି । ଏହି କଥା ଶୁଣିବା ପରେ ଲେଫ୍ଟନାଣ୍ଟ ଜେନେରାଲ କହୁଛନ୍ତି ରାଗ ଆସୁଛି ତ ବହୁତ ଭଲକଥା । ତୁମେ ଖୁବ୍ଶୀଘ୍ର ଠିକ୍ ହୋଇଯିବ । ତୁମେ କହିଥିଲ ତାଙ୍କୁ ମରିଦିଅ ଆମେ ସେହି ଦୁଇ ଆତଙ୍କବାଦୀଙ୍କୁ ମାରି ଦେଇଛୁ । ଏହିକଥା ଶୁଣିବା ମାତ୍ରେ ଆହତ ଯବାନଙ୍କ ବହୁତ ଖୁସି ହେଉଯାଇଥିବା ଦେଖିବାକୁ ମିଳିଛନ୍ତି ।
ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ସାଧାରଣ ଲୋକ ମଧ୍ୟ ପ୍ରତିକ୍ରିୟା ରଖୁଥିବା ଦେଖିବାକୁ ମିଳିଛି । । ଲୋକମାନେ ଆହତ ପୋଲିସ କର୍ମଚାରୀଙ୍କ ଆତ୍ମା ସହିତ ଲେଫ୍ଟ ଜେନେରାଲ ଡି.ପି ପାଣ୍ଡେଙ୍କୁ ବହୁତ ପ୍ରଶଂସା କରୁଛନ୍ତି | ଅନେକ ଲୋକ ଆହତ ଯବାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଅନ୍ୟଜଣେ ୟୁଜର୍ସ ଆମର ପ୍ରକୃତ ହିରୋ, ଡିପି ସାର୍ଙ୍କୁ ବଡ ଅଭିବାଦନ ବୋଲି ମଧ୍ୟ ଲେଖିଛନ୍ତି ।
" Tumne kaha tha n ki mar dena unko hamne mar diya dono ko "
Lt Gen DP Pandey 😎🔥#IndianArmy#ChinarCorps #Kashmir pic.twitter.com/H5c8xST5Ur
— 𝐑𝐲𝐝𝐚𝐧𝐬𝐡𝐢 ( रिदानशि ) 🇮🇳 (@Rydanshi) April 14, 2022
Comments are closed.