www.samajalive.in
Saturday, December 13, 2025
26.1 C
Bhubaneswar

୬ ପିଲାଙ୍କୁ ଅନାଥ କରି ପ୍ରେମିକ ସହ ଫେରାର ମାଆ: ମିଳିବାର ଥିଲା ୧୫ ଲକ୍ଷ ଟଙ୍କା କ୍ଷତିପୂରଣ

ବିଦିଶା: ମଧ୍ୟପ୍ରଦେଶର ବିଦିଶାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୬ଟି ସନ୍ତାନର ମାଆ ଜଣେ ଯୁବକଙ୍କୁ ଭଲପାଉଥିଲେ ଓ ଏବେ ସେ ନିଜ ପିଲାମାନଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ସେ ନିଜ ପିଲାମାନଙ୍କ ସହ ଏକାକୀ ରହୁଥିଲେ।

ବିଦିଶାର ଶମଶାବାଦ ସ୍ଥିତ ବାଡେର ଗାଁରେ ଘଟିଛି ଏହି ଘଟଣା। ୩୦ ବର୍ଷୀୟ ମହିଳା ନିଜ ପିଲାମାନଙ୍କୁ ବେସାହାରା କରି ଛାଡ଼ି ଦେଇ ପ୍ରେମିକ ସହ ପଳାଇଛନ୍ତି। ପୂର୍ବରୁ ପିଲାମାନଙ୍କ ମୁଣ୍ଡରୁ ପିତାଙ୍କ ଛାୟା ଉଠି ସାରିଥିବା ବେଳେ ଏବେ ମାଆ ଛାଡ଼ି ପଳାଇବା ପରେ ନିରୀହ ପିଲାଙ୍କ ସାମ୍ନାରେ ବଡ଼ ସଙ୍କଟ ଉଭା ହୋଇଛି। ମହିଳାଙ୍କର ୫ଟି ଝିଅ ଓ ଗୋଟିଏ ପୁଅ। ପୁଲିସ ନିକଟରେ ମହିଳାଙ୍କ ନିଖୋଜ ଏତଲା ଦାୟର ହୋଇଛି।

- Advertisement -

ଅପରପକ୍ଷେ, ଭାଉଜଙ୍କ ବ୍ୟାଙ୍କ୍‌ ଖାତା ଅଚଳ କରିବାକୁ ପୁଲିସ ନିକଟରେ ଦାବି କରିଛନ୍ତି ମହିଳାଙ୍କ ନଣଦ। ନଣଦଙ୍କ କହିବାନୁସାରେ, ପାଣି ଟାଙ୍କରୁ ଖସି ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିଲା। ଏନେଇ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବାର ଅଛି। ତାଙ୍କ ଭାଉଜ ନିଜ ୬ ପିଲାଙ୍କୁ ଛାଡ଼ି ପଡ଼ୋଶୀ ଯୁବକ ସହ ଫେରାର ହୋଇ ଯାଇଛନ୍ତି। ତେଣୁ ଆମେ ଚାହୁଁଛୁ ଯେ, ସେହି କ୍ଷତିପୂରଣ ଟଙ୍କା ଭାଉଜଙ୍କ ନମିଳୁ ବୋଲି ନଣଦ କହିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories