www.samajalive.in
Sunday, December 14, 2025
26.1 C
Bhubaneswar

ମାଆ ତାରିଣୀଙ୍କ ଚଇତି ପର୍ବ ପାଳିତ

ନର୍ଲା : ଏପ୍ରିଲ ୧୨,୧୩,୧୪ ତିନି ଦିନ ଧରି ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଖମନପଡ଼ା ଗ୍ରାମର ଶାଳବଣ ମଧ୍ୟରେ ଥିବା ତାରିଣୀ ପୀଠରେ ତିନି ଦିନ ଧରି ମାଆ ତାରିଣୀଙ୍କ ଚଇତି ପର୍ବ ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି  । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା  ଜିଲ୍ଲା ପରିଷଦ ଜୋନ ୨ର ସଦସ୍ୟ ହରିଶଙ୍କର ମାଝୀ ସମ୍ମାନିତ ଅତିଥି ଭାବରେ ଗାଡେ ବନ୍ଧ ସରପଞ୍ଚ କବିତା ବାଗ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା ଗାଡେ ବନ୍ଧ ନାଏବ ସରପଞ୍ଚ ଏଲିସା ନାଗ ଯୋଗ ଦେଇ ଥିଲେ ।
ଶେଷ ରଜନୀରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟାକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି,ସମ୍ମାନୀୟ ଅତିଥି ଭାବେ ସରିଆ ସମିତି ସଭ୍ୟ ଭାସ୍କର ଭୋଇ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ସମାଜସେବୀ ଟିକଧର ସାହୁ, ପୂର୍ଣଚନ୍ଦ୍ର ରଣା, ଯୁବ ସମାଜ ସେବୀ ଗୋବିନ୍ଦ ତାଣ୍ଡି, ନିଶାନପୁର ସରପଞ୍ଚ ପ୍ରତିନିଧି ମନୋଜ କରୁଆଁ, ଗାଡେ ବନ୍ଧ ସମିତି ସଭ୍ୟ ପ୍ରତିନିଧି ଅଜିତ ସାହୁ, ଯୁବ ସମାଜସେବୀ କେତନ ମାଝୀ ଉପସ୍ଥିତ ଥିଲେ । ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରି ଥିଲେ  । ଜିତେନ୍ ମାଝୀ, ଗୁଡ଼ୁ ବିଭାର, ଧର୍ମେନ୍ଦ୍ର ମାଝୀ, ନୀଳାଞ୍ଚଳ ବିଭାର, ଦିଲୀପ ବାଗ ପ୍ରମୁଖ ସହଯୋଗ କରିଥିଲେ  ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories