www.samajalive.in
Monday, December 8, 2025
24.1 C
Bhubaneswar

ମହିଳାଙ୍କ ପାଇଁ ୫୦ ପ୍ରତିଶତ ବସ୍‌ ଭଡ଼ା ଛାଡ଼; ବିଜୁଳି ଓ ପାଣି ମଧ୍ୟ ମିଳିବ ମାଗଣା

ଚମ୍ବା: ହିମାଚଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଚମ୍ବାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ହିମାଚଳରେ ମହିଳାମାନଙ୍କଠାରୁ ବସ୍ ଭଡା ୫୦ ପ୍ରତିଶତ ନିଆଯିବ। ରାଜ୍ୟରେ ୧୨୫ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ଘରୋଇ ବିଜୁଳିର ସୁବିଧା ଯୋଗାଇ ଦିଆଯିବ। ପୂର୍ବରୁ ୬୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ ଯୋଗାଇ ଦିଆଯାଉଥିଲା। ଗ୍ରାମାଞ୍ଚଳରେ ପାଣି ବିଲ୍‌ ଛାଡ଼ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ପାଣି ବିଲ୍‌ ଯୋଗୁ ଜଳଶକ୍ତି ବିଭାଗ ୩୦ କୋଟି ଟଙ୍କା ଆୟ କରିଥାଏ।

- Advertisement -

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଲିସ ଏବଂ ଗୃହ ପ୍ରତିରକ୍ଷା ଯବାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ପରେଡ଼୍‌ରେ ସଲାମୀ ଗ୍ରହଣ କରିଥିଲେ। ଏନସିସି, ଏନଏସଏସ ପୁଲିସ ବ୍ୟାଣ୍ଡ୍‌ ସମେତ ୧୨ଟି ଦଳ ପରେଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରେଡ଼ରେ ଅଂଶଗ୍ରହଣ କରିଥିବା ଦଳର ଲିଡର୍‌ମାନଙ୍କୁ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ବାଚସ୍ପତି ବିପିନ୍ ପରମାର ଓ ଜଙ୍ଗଲ ମନ୍ତ୍ରୀ ରାକେଶ ପଠାନିଆ ମଧ୍ୟ ଉପସ୍ଥିତ ଥିଲେ।

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories